DNA ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା । ୨ ଦିନ ଭିତରେ ଆସିବ ନମୁନା ରିପୋର୍ଟ

166

କନକ ବ୍ୟୁରୋ: ଡିଏନଏ ଟେଷ୍ଟ ପାଇଁ ଦିଲ୍ଲୀ ଗଲା ୩୩ ନମୁନା । ଦୁଇ ଦିନ ଭିତରେ ଏହି ସବୁ ନମୁନାର ରିପୋର୍ଟ ଆସିବ । ଏବେ ବି ଅନେକ ମୃତଦେହର ସୂଚନା ମିଳିନି । ଅନ୍ୟପଟେ ଗୋଟିଏ ମୃତଦେହ ପାଇଁ ୬ ଜଣ ଦାବିଦାର ଥିବା ସୂଚନା ମିଳିଛି । ଭୁବନେଶ୍ୱର ମେୟର ସୁଲୋଚନା ଦାସ ଏହା କହିଛନ୍ତି । ଡିଏନ୍ଏ ଟେଷ୍ଟ ରିପୋର୍ଟ ଆସିବା ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଡିଏନଏ ଟେଷ୍ଟ ମାଧ୍ୟମରେ ପରିଚିତ ଚିହ୍ନ ବା ମାର୍କକୁ ଦେଖି ମୃତଦେହ ହସ୍ତାନ୍ତର ବ୍ୟବସ୍ଥା କରାଯାଉଛି ।