କନକ ବ୍ୟୁରୋ : ରତ୍ନଭଣ୍ଡାରକୁ ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବୟାନକୁ ନେଇ ବର୍ଷିଛି ବିଜେପି । ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ଆଇନ ମନ୍ତ୍ରୀଙ୍କ ଉତ୍ତରରେ ସରକାର କେଉଁଭଳି ଚାଲିଛି ସାଧାରଣ ଲୋକ ଜାଣିପାରିବେ  । ମୁଣ୍ଡ ବିହୀନ ସରକାର କହିଲେ ଅତ୍ୟୁକ୍ତି ହେବ ନାହିଁ  । ଯଦି ଆଇନ ମନ୍ତ୍ରୀ ଏଭଳି ମନ୍ତବ୍ୟ ଦେବେ ତାହା ଦୁର୍ଭାଗ୍ୟଜନକ । ଏହି ଘଟଣା ବିଶ୍ୱବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ବ୍ୟଥିତ କରିଛି  । ଜଗନ୍ନାଥଙ୍କ ମହଣ ମହଣ ସୁନା ରୁପା ଭିତର ଭଣ୍ଡାରରେ ଗଚ୍ଛିତ ଥିବାବେଳେ, ହାଇକୋର୍ଟ ଅର୍ଡରରେ ଖୋଲିବାକୁ ଯାଇ ମଧ୍ୟ ଖୋଲିଲେନି  । ସମସ୍ତେ କହିବା ପରେ ବି କାହିଁକି ରତ୍ନ ଭଣ୍ଡାର ଖୋଲା ଯାଉ ନାହିଁ  ।  ୧୯୭୮ ମସିହାରେ ଖୋଲା ଯାଇଥିଲା  ।  ଆମେ ଯେତେବେଳେ ଲକରରେ କିଛି ରଖୁଛେ ତାକୁ କଣ ତଦାରଖ କରୁନାହୁଁ କି ବୋଲି ପ୍ରଶ୍ନ କରିଛନ୍ତି ସମୀର ।

Advertisment

କାହିଁକି ରତ୍ନଭଣ୍ଡାର ଖୋଲିବେନି ରାଜ୍ୟ ସରକାର, ଏହା ମୋର ମୌଳିକ ପ୍ରଶ୍ନ ଏବଂ ଏହାକୁ ନେଇ ହାଇକୋର୍ଟ ଯାଇଛି ବୋଲି କହିଛନ୍ତି ସମୀର । ଏହାସହ ସମୀର କହିଛନ୍ତି,

• ଏକ କମିଟି ଗଠନ କରି, ରାଜ୍ୟପାଳଙ୍କ ଦ୍ୱାରା ରତ୍ନଭଣ୍ଡାର ଖୋଲାଯାଉ...

• ସିଟିଙ୍ଗ ଜଜଙ୍କ ନେତୃତ୍ୱରେ ଖୋଲାଯାଉ ଏବଂ ଇନଭେନଟୋରୀ ପ୍ରସ୍ତୁତ ହେଉ...

• ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ ସରକାର, ରତ୍ନଭଣ୍ଡାର ଚାବି କାହିଁକି କେମିତି ହଜିଲା ତାକୁ ଧରି ଦଣ୍ଡିତ କରାଯାଉ...

• ଚାବି ଦାୟିତ୍ୱରେ ଥିବା ଅଧିକାରୀଙ୍କଠୁ କମିଶନ ବସିବା ଲାଗି ଯେଉଁ ଅର୍ଥ ଖର୍ଚ୍ଚ ହେଲା ତାର ପଇସା ଅଧିକାରୀଙ୍କଠୁ ଆଦାୟ କରାଯାଉ...

ଏହାଦ୍ୱାରା ସରକାର ଜଗନ୍ନାଥପ୍ରେମୀଙ୍କ ଆଗରେ ନିଜର ସ୍ୱଚ୍ଛତା ପ୍ରମାଣିତ କରିପାରିବେ । କିନ୍ତୁ ଏଠାରେ ସରକାର ଉତ୍ତରଦାୟିତ୍ୱ କାହିଁକି ରଖୁନାହାନ୍ତି, ପଛଘୁଞ୍ଚା କାହିଁକି ଦେଉଛନ୍ତି?  କାହିଁକି ରତ୍ନଭଣ୍ଡାର ଖୋଲୁ ନାହାନ୍ତି ତାର ଉତ୍ତର ଦିଅନ୍ତୁ ସରକାର?