ଅଭିଯୋଗ ଆଣିଲେ ପୂର୍ବତନ ଏନ୍ସିବି ଅଧିକାରୀ । ସମୀର ୱାନଖେଡ଼େଙ୍କୁ ମିଳୁଛି ହତ୍ୟା ଧମକ! ମହାରାଷ୍ଟ୍ର ପୁଲିସକୁ ମାଗିଲେ ସୁରକ୍ଷା

89

କନକ ବ୍ୟୁରୋ : ମୁମ୍ବାଇ କ୍ରୁୁଜ ଡ୍ରଗ୍ସ ମାମଲାରେ ଫଶିଛନ୍ତି ପୂର୍ବତନ ଏନସିବି ଅଧିକାରୀ ସମୀର ୱାନଖେଡ଼େ । ଗୋଟେ ପଟେ ଗୋଟେ ଗମ୍ଭୀର ଅଭିଯୋଗ ଘେରରେ ଫଶିବା ପରେ ମାମଲାରେ ନୂଆ ମୋଡ ଆସିଛି । ଏବେ ସିିବିଆଇକୁ ହାତକୁ ଆସିଛି ମାମଲା । ଏହାରି ମଧ୍ୟରେ ସମୀର ୱାନେଖେଡେ ଏକ ଅଭିଯୋଗ ଆଣିଛନ୍ତି । ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା ଅଭିଯୋଗ ମିଳିଥିବା ସେ ଅଭିଯୋଗ କରିଛନ୍ତି । ଗତ ୪ ଦିନ ହେବ ସମୀର ଓ ତାଙ୍କ ପତ୍ନୀ କ୍ରାନ୍ତି ରେଡ଼କରଙ୍କୁ ଡରାଇବାକୁ ଚେଷ୍ଟା କରାଯାଉଛି । କେବଳ ଏତିକି ନୁହେଁ ହତ୍ୟା ଧମକ ଓ ସାମାଜିକ ଗଣମାଧ୍ୟ୍ୟମରେ ଅଶ୍ଳୀଳ ମେସେଜ ଆସୁଥିବା ସେ ଅଭିଯୋଗ କରିଛନ୍ତି । ତେଣୁ ଯଥା ଶିଘ୍ର ତାଙ୍କୁ ସୁରକ୍ଷା ଯୋଗାଯାଉ ବୋଲି ମୁମ୍ବାଇ ପୁଲିସଙ୍କୁ ଅନୁରୋଧ କରିଛନ୍ତି ସମୀର ୱାନଖେଡେ ।

ବହୁ ଚର୍ଚ୍ଚିତ ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆରିୟନ ଖାନଙ୍କୁ ଫଶାଇବାରେ ସମୀର ୱାନଖେଡେଙ୍କ ବଡ ଭୂମିକା ରହିଥିବା ସୂଚନା ମିଳିବା ପରେ ମାମଲା ସିିବିଆଇ ହାତକୁ ଯାଇଛି । ସିବିଆଇର ଛାନଭିନରେ ଏକଥା ମଧ୍ୟ ଜଣାପଡିଛି ଯେ ଆରିୟନଙ୍କୁ ଛାଡିବା ପାଇଁ ଶାହାରୁଖଙ୍କ ସହ ୨୫କୋଟି ଟଙ୍କାର ସେ ଡିଲ କରିଥିଲେ । ମାମଲାକୁ ନେଇ ସମୀର ୱାନଖେଡେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ କୋର୍ଟ ମେ ୨୨ ତାରିଖ ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ ଲଗାଇଛନ୍ତି କୋର୍ଟ ।