କୃଷକଙ୍କ ଟ୍ରାକ୍ଟର ରାଲି ନେଇ ବଡ ବୟାନ ରଖିଲେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର । ସମ୍ବିତ ପାତ୍ର କହିଲେ, ଯାହାଙ୍କୁ ଅନ୍ନଦାତା କହୁଥିଲୁ, ଆଜି ସେମାନେ ଆତଙ୍କବାଦୀ ସାବ୍ୟସ୍ତ ହେଲେ

ଅନ୍ନଦାତାଙ୍କୁ ବଦନାମ ନ କରି ଆତଙ୍କବାଦୀଙ୍କୁ ଆତଙ୍କବାଦୀ ହିଁ କୁହନ୍ତୁ

307

ମଙ୍ଗଳବାର ଦିନ ୩ଟି କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଗଠନର ଟ୍ରାକ୍ଟର ପରେଡ ହିଂସାତ୍ମକ ରୂପ ନେବା ପରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ ଯେଉଁମାନଙ୍କୁ ଅନ୍ନଦାତା ବୋଲି ବିବେଚନା କରାଯାଉଥିଲା ସେମାନେ ଆଜି ଆତଙ୍କବାଦୀ ହୋଇଗଲେ | ଅନ୍ନଦାତାଙ୍କୁ ବଦନାମ ନ କରି ଆତଙ୍କବାଦୀଙ୍କୁ ଆତଙ୍କବାଦୀ ହିଁ କୁହନ୍ତୁ | ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ୱିଟ୍ କରି କହିଛନ୍ତି, ଯେଉଁମାନଙ୍କୁ ଆମେ ଅନେକ ଦିନ ଧରି ଅନ୍ନଦାତା ବୋଲି କହୁଥିଲୁ, ସେମାନେ ଆଜି ଆତଙ୍କବାଦୀ ବୋଲି ପ୍ରମାଣିତ ହେଲେ | ଅନ୍ନଦାତାଙ୍କୁ ଅସମ୍ମାନ କର ନାହିଁ, ଆତଙ୍କବାଦୀଙ୍କୁ ଆତଙ୍କବାଦୀ ବୋଲି କୁହାଯାଉ |

ବିଜେପି ମୁଖପାତ୍ର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ଜଣେ ବିରୋଧକାରୀ ତ୍ରିରଙ୍ଗା ପତାକା ଫିଙ୍ଗିଥିବାର ନଜର ଆସିଛନ୍ତି। ସୂଚନା ଥାଉ କି କୃଷି ଆଇନ୍‌ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକମାନଙ୍କର ଟ୍ରାକ୍ଟର ରାଲିକୁ କେନ୍ଦ୍ରକରି ଗତକାଲି ରାଜଧାନୀ ଦିଲ୍ଲୀରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ଆନ୍ଦୋଳନରତ ଚାଷୀ ଓ ପୁଲିସ୍ ମୁହାଁମୁହିଁ ହୋଇଥିଲେ। ଆନ୍ଦୋଳନକାରୀ ସେମାନଙ୍କ ପ୍ରଦର୍ଶନ ଲାଗି ପୁଲିସ ପ୍ରଶାସନ ପକ୍ଷରୁ ନିର୍ଦ୍ଦିଷ୍ଟ କରାଯାଇଥିବା ଅଞ୍ଚଳ ଅତିକ୍ରମ କରି ଦିଲ୍ଲୀ ଭିତରକୁ ପଶି ଆସିଥିଲେ।

ଏହାପରେ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍‌କୁ ମୃଦୁଲାଠିଚାଳନା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ହଜାର ହଜାର ସଂଖ୍ୟାରେ ଆନ୍ଦୋଳନରତ କୃଷକ ଗତକାଲି ଅପରାହ୍ନରେ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା (ରେଡ ଫୋର୍ଟ) କମ୍ପ୍ଲେକ୍ସରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବା ପାଇଁ ଯିବାରୁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ଲାଲକିଲ୍ଲାର ଏକ ଫ୍ଲାଗପୋଲ ଉପରକୁ ଆନ୍ଦୋଳନକାରୀ କୃଷକମାନେ ଚଢ଼ି ଯାଇଥିବା ମଧ୍ୟ ଦେଖିବା ପାଇଁ ମିଳିଥିଲା। ଯେଉଁଠାରୁ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଥାଆନ୍ତି ସେଇ ସ୍ଥାନକୁ ଚଢ଼ି ଯାଇ ଚାଷୀମାନେ ପତାକା ଉଡାଇଥିଲେ ।