କନକ ବ୍ୟୁରୋ : ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଛନ୍ତି । ଆମ୍ ଆଦାମୀ ପାର୍ଟିର ରାଜ୍ୟସଭା ସାଂସଦ ସଂଜୟ ସିଂଙ୍କ ଉପସ୍ଥିତିରେ ସେ ଦଳର ଯୋଗ ଦେଇଥିବା ଦେଖିବାକୁ ମିଳିଛି । ସମ୍ଭାବନା ସେଠ୍ ୪୦୦ରୁ ଅଧିକ ଭୋଜପୁରୀ ସିନେମାରେ ଅଭିନୟ କରିଛନ୍ତି । ଏହାସହ ସେ ବିଗ୍ ବସର ୨ଟି ସିଜିନରେ ଭାଗ ନେଇଥିଲେ । ଏହାସହ ସେ ୨୫ଟିରୁ ଅଧିକ ବଲିଉଡ ସିନେମାରେ ମଧ୍ୟ ଅଭିନୟ କରିଛନ୍ତି । ସଂଜୟ ସିଂ କହିଛନ୍ତି କି ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଯେଭଳି ଭାବେ ଲୋକହିତକର କାମ କରୁଛି ସେଥିରେ ପ୍ରଭାବିତ ହୋଇ ସମ୍ଭାବନା ଦଳରେ ଯୋଗ ଦେଇଛନ୍ତି ।

Advertisment

ସେପଟେ ସମ୍ଭାବନା ସେଠ୍ ଆପରେ ଯୋଗ ଦେବା ପରେ କହିଛନ୍ତି କି, ମୋତେ ରାଜନୀତିର ଭାଷା ଆସେନାହିଁ , ହେଲେ ଲୋକଙ୍କ ପାଇଁ କିଛି ଭଲ କରିବାକୁ ମୁଁ ରାଜନୀତିରେ ଯୋଗ ଦେଇଥିବା କଥା କହିଛନ୍ତି । ଏହାସହ ସେ କହିଛନ୍ତି କି, ମୁଁ ଲାଇଫ୍ ଟାଇମ୍ ବ୍ଲଗିଂ କରୁଛି, ଏହା ମାଧ୍ୟମରେ ମୁଁ ଲୋକଙ୍କୁ ଚିନ୍ତାରୁ ମୁକ୍ତି ଦେବାକୁ ଚେଷ୍ଟା କରୁଛି । ଏହାସହ ସେ କେଜ୍ରିୱାଲଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଥିବା କଥା କହିଛନ୍ତି ।

ସୂଚନା ଥାଉକି ଦିଲ୍ଲୀରୁ ଏକ ଆଞ୍ଚଳିକ ଦଳ ଭାବେ ଆରମ୍ଭ ହୋଇଥିବା ଆମ୍ ଆଦମୀ ପାର୍ଟି ଗୁଜରାଟ ବିଧାନସଭା ନିର୍ବାଚନ ପରେ ଏକ ଜାତୀୟ ଦଳର ମାନ୍ୟତା ପାଇଛି । ଦିଲ୍ଲୀ ସହ ଦଳ ଏବେ ପଞ୍ଜାବରେ ସରକାର ଗଠନ କରିଛି । ଗୁଜରାଟରେ ୫ ଟି ବିଧାୟକ ମଧ୍ୟ ଜିତାଇବାରେ ଦଳ ସକ୍ଷମ ହୋଇଛି ।