କେନ୍ଦ୍ରୀୟ ବଜେଟରେ ବଢିଛି କଟନ ସୂତା ଦର । ଚିନ୍ତାରେ ସମ୍ବଲପୁରୀ ବୁଣାକାର । 

66

କନକ ବ୍ୟୁରୋ: କେନ୍ଦ୍ରୀୟ ବଜେଟରେ ବଢଛିିି କଟନ ସୂତାର ଦର । ଦର ବୃଦ୍ଧି ଯୋଗୁଁ ଏହାର ସିଧାସଳଖ ପ୍ରଭାବ ପଡିଛି ସମ୍ବଲପୁରୀ ବୁଣାକାରଙ୍କ ଉପରେ । ସୂତା ଓ ରଙ୍ଗ ଦର ବୃଦ୍ଧି ଶାଢି ଉତ୍ପାଦନ ତଥା ବିକ୍ରିବଟା ଉପରେ ପ୍ରଭାବ ପକାଉଥିବାରୁ ଚିନ୍ତାରେ ସମ୍ବଲପୁରର ବୁଣାକାର ।

ବଜେଟରେ ସୂତାର ଦର ବୃଦ୍ଧି ହେବାରୁ ପ୍ରଭାବିତ ହୋଇଛନ୍ତି ବୁଣାକାର । ମୋଟା ସୂତା ବା ଶହେ ନମ୍ବର ସୂତାରେ ୫୦୦ ଟଙ୍କା ବଢିଛି । ସେହିଭଳି ପତଳା ସୂତା ବଣ୍ଡଲର ଦର ପୂର୍ବରୁ ୨୫ଶହ ଟଙ୍କା ଥିଲା, ବଜେଟ ପରେ ୩ ହଜାର ଟଙ୍କା ହୋଇଛି । ଅର୍ଥାତ ୧୨୦ ନମ୍ବର ସୂତା ପତଳା ସୂତା ଭାବେ ପରିଚିତ,  ସେଥିରେ ବି ୫୦୦ ଟଂକା ଅଧିକ ଦେବାକୁ ପଡୁଛି । ସେହିପରି କଳା ରଙ୍ଗର ସୂତାରେ ୧୫୦ ଟଙ୍କା ବଢିଥିବା ବେଳେ ଲାଲ୍ ସୂତା ଦର ୧୨୦ ଟଙ୍କା ବଢିବା ପରେ ଚିନ୍ତାରେ ପଡିଛନ୍ତି ବୁଣାକାର ।

ଶାଢିଟିଏ ତିଆରି ପାଇଁ ଗୋଟିଏ ପରିବାରର ୪ରୁ ୫ ଜଣ ସଦସ୍ୟଙ୍କୁ ୫ରୁ୬ ଦିନ ସମୟ ଲାଗେ । ଦିନ ରାତି ଏକ କରି ପେଟ ପାଟଣା ପାଇଁ ପରିବାର ସଦସ୍ୟ ଶାଢି ତିଆରିରେ କରିଥାନ୍ତି । ତେବେ ଶାଢିର ଦର ବଢୁନାହିଁ, କିନ୍ତୁ କଂଚାମାଲର ଏପରି ଦରବୃଦ୍ଧି ବୁଣାକାରଙ୍କ ଉତ୍ପାଦନ ଉପରେ ବାଧା ସୃଷ୍ଟି କରୁଛି । ପରିବାର ପ୍ରତିପୋଷଣ ପାଇଁ କଷ୍ଟକର ହୋଇପଡ଼ୁଛି । ତେଣୁ ସୂତାର ଦରବୃଦ୍ଧିକୁ ଆଧାର କରି ଶାଢିର ଦରବୃଦ୍ଧି ନେଇ ଦାବି କରିଛନ୍ତି  ବୁଣାକାର ।