ପାଣି ମାଗିବା ବାହାନାରେ ଘରେ ବୁଲାଇଲେ କଳାକନା । ସମ୍ବଲପୁର ତୁମ୍ବେସିଙ୍ଗା ଅଞ୍ଚଳରୁ ଆସିଲା ଲୁଟର ନୂଆ ତରିକା । 

202

କନକ ବ୍ୟୁରୋ: ସମ୍ବଲପୁରରେ ମାତିଛନ୍ତି ଚୋର । ଏବେ ଚୋରି କରିବାର ନୂଆ ତରିକା ବାହାର କରିଛନ୍ତି ଏହି ଚୋରମାନେ । ପାଣି ମାଗିବା ବାହାନାରେ ଘରେ ପଶି ଚୋର ବୁଲାଉଛନ୍ତି କଳାକନା । ସମ୍ବଲପୁରରେ ଫିଲ୍ମ ଷ୍ଟାଇଲରେ ପାଣି ପିଇବାକୁ ମାଗି ଘରେ ପଶିଲେ କିଛି ଲୋକ । ଆଉ ବାହାରିବା ସମୟରେ ଲୁଟି ନେଇଗଲେ ଟଙ୍କା, ମୋବାଇଲ୍ , ସୁନା ଗହଣା । ଚାଲାକ ଚୋରଙ୍କର ଏସବୁ କାରନାମା କଏଦ ହୋଇଯାଇଛି ସିସିଟିଭିରେ ।

ସମ୍ବଲପୁର ତୁମ୍ୱେସିଙ୍ଗା ଅଂଚଳର ବିଜୟ ଭୋଇଙ୍କ ଘରୁ ଗତ ୧୬ ତାରିଖ ଦିନ ହୋଇଛି ଏହି ଲୁଟ୍ ହୋଇଥିଲା । ଚୋରି କରିଥିବା ଦମ୍ପତି ସାଥୀରେ କୁନି କୁନି ପିଲାଙ୍କୁ ଧରି ଆସିଥିଲେ ଏବଂ  ପିଇବାକୁ ପାଣି ମାଗିଥିଲେ । ଛୋଟ ଛୋଟ ଶୋଷିଲା ପିଲାଙ୍କୁ ଦେଖିବା ପରେ କାହା ମନରେ ବା ଦୟା ନଆସିବ । ବାସ୍ ଘରର କବାଟ ଖୋଲି ପାଣି ଆଣିବାକୁ ଭିତରକୁ ଯାଇ ଫେରିବା ବେଳକୁ ଭ୍ୟାନିଟି ବ୍ୟାଗ୍ ଗାଏବ ହୋଇଯାଇଥିଲା । ଏନେଇ ପୋଲିସରେ ଏତଲା କରିଛନ୍ତି ବିଜୟ ଭୋଇଙ୍କ ପରିବାର ।