ସମ୍ବଲପୁର ଗୋଳବଜାରରେ ଭୟାବହ ଅଗ୍ନିକାଣ୍ଡ : ପ୍ରାୟ ୨୦୦ ଦୋକାନରେ ନିଆଁ ଲାଗିଥିବା ସୂଚନା

ସମ୍ବଲପୁର ଗୋଳବଜାରରେ ଭୟାବହ ଅଗ୍ନିକାଣ୍ଡ : ପ୍ରାୟ ୨୦୦ ଦୋକାନରେ ନିଆଁ ଲାଗିଥିବା ସୂଚନା

କନକ ବ୍ୟୁରୋ : ସମ୍ବଲପୁର ଗୋଳବଜାରେ ଭୟାବହ ଅଗ୍ନିକାଣ୍ଡ । ଏହି ବଜାର ଅଂଚଳର ପ୍ରାୟ ୨୦୦ ଦୋକାନ ଜଳିଯାଇଛି । ପାଖାପାଖି ୩ ଘଂଟା ପରେ ନିଆଁକୁ ଆୟତ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହା ସହ ସରକାରୀ ନିୟମ ଅନୁସାରେ କ୍ଷତିଗ୍ରସ୍ତକୁ ସହାୟତା ମିଳିବ । ଆଜି ଭୋର ପ୍ରାୟ ସାଢେ ୩ଟା ବେଳେ ନିଆଁ ଲେଗିଥିବା ଜାଣି ପୋଲିସକୁ ଖବର ଦିଆଯାଇଥିଲା । ପରେ ନିଆଁକୁ ରୋକିବାକୁ ପ୍ରଶାସନ ପକ୍ଷରୁ ୩ଟି ଦମକଳ ବାହିନୀକୁ ମୁତୟନ କରାଯାଇଥିଲା ।

ଘଟଣାସ୍ଥଳରେ ଜିଲ୍ଲାପାଳ, ଏସପି , ସ୍ଥାନୀୟ ବିଧାୟକଙ୍କ ସମେତ ସମେତ ବହୁ ବରିଷ୍ଠ ଅଧିକାରୀ ପହଂଚିଥିଲେ । ନିଆଁକୁ ଆୟତକରିବା ପାଇଁ ସ୍ଥାନୀୟ କିଛି କଂପାନୀର ନିଆଁଲିଭା ଗାଡିର ସହାୟତା ନିଆଯାଇଥିଲା । କେହି ଦୁବୃର୍ତ ନିଆଁ ଲାଗାଇ ଦେଇଥିବା ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ କରୁଛନ୍ତି ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe