ହକି ବିଶ୍ୱକପ୍ ଅବସରରେ ‘ସମ୍ବାଦ’ ପକ୍ଷରୁ ସ୍ୱତନ୍ତ୍ର ପୁସ୍ତିକା ଉନ୍ମୋଚିତ : ୨୮ ପୃଷ୍ଠା ବିଶିଷ୍ଟ ରହିଛି ପୁସ୍ତିକା

ନୂତନ ପୁସ୍ତିକାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

100

କନକ ବ୍ୟୁରୋ : ହକି ବିଶ୍ୱକପ୍ ଅବସରରେ ସମ୍ବାଦ ପରିବାର ପକ୍ଷରୁ ପ୍ରକାଶିତ ହୋଇଛି ସ୍ୱତନ୍ତ୍ର ପୁସ୍ତିକା । ଏହି ନୂତନ ପୁସ୍ତିକାର ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରେ ଅନୁଷ୍ଠିତ ହୋଇଥିବା ଏହି ପୁସ୍ତିକା ଉନ୍ମୋଚନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟାର ପଟ୍ଟନାୟକ, ମୁଖ୍ୟ ନିର୍ବାହୀ ଅଧିକାରୀ କମଳକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ ଅରବିନ୍ଦ ଦାସ, ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ, କ୍ରୀଡା ସାମ୍ବାଦିକ ସୁରେଶ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ।

୨୮ ପୃଷ୍ଠା ବିଶିଷ୍ଟ ଏହି ସଚିତ୍ର ରଙ୍ଗିନ ପୁସ୍ତିକାରେ ସମ୍ପୂର୍ଣ୍ଣ ଖେଳସୂଚୀ, ହକି ବିଶ୍ୱକପର ୪୭ ବର୍ଷ ଇତିହାସ, କିମ୍ବଦନ୍ତୀ ଓଡ଼ିଆ, ଅଂଶଗ୍ରହଣକାରୀ ୧୬ ଦଳର ସମ୍ଭାବନା ଓ ସାମର୍ଥ୍ୟ, ଓଡ଼ିଶା ଓ ଓଡ଼ିଆଙ୍କ ସମ୍ପୃକ୍ତି, ଜୀବନ୍ତ ଯୋଦ୍ଧା, ହକି ଭାଇ, କଳିଙ୍ଗ ଷ୍ଟାଡିୟମ ପ୍ରବେଶ ମାନଚିତ୍ର, ଖେଳାଳିଙ୍କୁ ସମର୍ପିତ ‘ହକି ଛକ’, ଦିଲ୍ଲୀପ ତିର୍କିଙ୍କ ଅତିଥି ସ୍ତମ୍ଭ, ପ୍ରଥମ ଓଡ଼ିଆ ବିଶ୍ୱକପ ଖେଳାଳୀ , ଭାରତୀୟ ହକିରେ ଓଡ଼ିଶା ବିରଳ, ନୂଆ ରୂପରେ ଭୁବନେଶ୍ୱର, ହକି ହୃଦସ୍ପନ୍ଦନ, ଦେଶର କ୍ରୀଡ଼ା ରାଜଧାନୀ ଆଦି ବହୁ ଆଲେଖ୍ୟ ସ୍ଥାନ ପାଇଛି।