ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଟପ୍ପର ହୋଇଥିବା ଛାତ୍ରଛାତୀଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା !

42

କନକ ବ୍ୟୁରୋ : ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଟପ୍ପର ହୋଇଥିବା ଛାତ୍ରଛାତୀଙ୍କୁ ସମ୍ବାଦ ପକ୍ଷରୁ ସମ୍ବର୍ଦ୍ଧନା । ଚଳିତବର୍ଷ ରାଜ୍ୟରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟରେ ଶ୍ରେଷ୍ଠ ୨୦ ରାଙ୍କରେ ଥିବା ୮୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆଜି ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର ଓ ଶ୍ରୀମନ୍ଦିର ପ୍ରଶାସକ ତଥା ଜଳସମ୍ପଦ ସଚିବ ପ୍ରଦୀପ ଜେନା ନିଜ ଜୀବନର ସଫଳତାର କାହାଣୀ କହିବାସହ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଆଇଏସ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ନବମ ଓ ଓଡିଶାର ଟପ୍ପର ସୁମନ ସୌରଭ ମହାନ୍ତି ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଥିଲେ । କାର୍ଯ୍ୟକ୍ରମକୁ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପରିଚାଳନା କରିଥିଲେ ।