ରେଳ ଧାରଣାରେ ଛିଡି ପଡିଲା ବିଦ୍ୟୁତ୍ ତାର । ଅଟକିଲା ଜଗଦଲପୁର-ହାୱଡା ସମଲେଶ୍ୱରୀ ଏକ୍ସପ୍ରେସ୍

112

କନକ ବ୍ୟୁରୋ : ଲଘୁଚାପ ଜନିତ ବର୍ଷା ଯୋଗୁଁ କଲ୍ୟାଣସିଂହପୁର ବ୍ଲକ ସିକରପାଇଠାରୁ କେଉଟଗୁଡା ରାସ୍ତାରେ ବିଶାଳ ଗଛ ଭାଙ୍ଗି ପଡିଛି । ଏହା ଯୋଗୁଁ ରେଳଲାଇନ ଉପରେ ଥିବା ଇଲେକ୍ଟ୍ରିକ ତାର ଛିଣ୍ଡି ପଡିବାରୁ ଜଗଦଲପୁରଠାରୁ ହାଓଡା ଯାଉଥିବା ସମେଲଶ୍ୱରୀ ଟ୍ରେନ ଅଟକି ଯାଇଛି ।

ଘଟଣାସ୍ଥଳରେ ରେଳବାଇ ଇଞ୍ଜିନିର ଟିମ ପହଁଚିଛି ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ରେଳ ଚଳାଚଳ ସ୍ୱାଭାବିକ ହେବା ପାଇଁ କିଛି ଘଣ୍ଟାର ସମୟ ଲାଗିପାରେ ବୋଲି ଜଣାପଡିଛି । ଦୀର୍ଘ ୨ ଘଣ୍ଟା ହେବ ସମଲେଶ୍ୱରୀ ଟ୍ରେନ ଅଟକି ରହିଛି ।