ସଲମାନଙ୍କୁ କ୍ୟାଟ୍ରିନାଙ୍କ ସୁରକ୍ଷା ଚିନ୍ତା । ବିବାହ ସ୍ଥଳକୁ ପଠାଇଲେ ନିଜ ବଡିଗାର୍ଡ ଟିମ୍ ।

759

କନକ ବ୍ୟୁରୋ: କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲଙ୍କ ବିବାହ ଖବରକୁ ନେଇ ଭରପୁର ବି-ଟାଉନ୍ ଖବର । ଏହାରି ଭିତରେ ତାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଖବର ଚର୍ଚ୍ଚାରେ  । ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା ଯେ, କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ତାଙ୍କ ଖାସ୍ ବନ୍ଧୁ ସଲମାନ୍ ଖାନ୍ । ନିଜ ଫିଲ୍ମର ସୁଟିଂକୁ ନେଇ ତାଙ୍କୁ ଦେଶ ବାହାରକୁ ଯିବାକୁ ଥିବାରୁ ସେ ଏହି ବର୍ଣ୍ଣାଢ୍ୟ ବିବାହରେ ଯୋଗ ଦେବାକୁ ମନା କରିଥିବାବେଳେ କ୍ୟାଟ୍ରିନାଙ୍କୁ କିନ୍ତୁ ସବୁଠୁ ନିଆରା ଉପହାର ଦେଇଛନ୍ତି ।

ରିପୋର୍ଟ ମୁତାବକ, ବିବାହରେ ନିଜ ବାନ୍ଧବୀ କ୍ୟଟ୍ରିନାଙ୍କ ସୁରକ୍ଷା ପାଇଁ ବେଶ୍ ଚିନ୍ତିତ ସଲମାନ୍ । ଏଥିପାଇଁ ନିଜ ବଡିଗାର୍ଡ ଟିମକୁ କ୍ୟାଟ୍ରିନାଙ୍କ ସୁରକ୍ଷା ଦାୟିତ୍ୱରେ ଭେଟି ଦେଇଛନ୍ତି । କ୍ୟାଟ୍ରିନା କୈଫ୍ ଓ ଭିକ୍କି କୌଶଲଙ୍କ ବିବାହ ଉତ୍ସବର ସୁରକ୍ଷା ଦାୟିତ୍ୱ ନେଇଛନ୍ତି ସଲମାନ୍ । ଏହି ବିବାହ ଉତ୍ସବର ସୁରକ୍ଷା ଦାୟିତ୍ୱ ନେଇଛନ୍ତି ତାଙ୍କର ସ୍ୱତନ୍ତ୍ର ବଡିଗାର୍ଡ ଶେରାଙ୍କ ଟିମ୍ । ରାଜସ୍ଥାନର ସାୱାଇ ମାଧପୁର ଜିଲ୍ଲା ଚୌଥର ବାରୱାରା ସ୍ଥିତ ହୋଟେଲ ସିକ୍ସ ସେନ୍ସ ରିସର୍ଟରେ କ୍ୟାଟ୍ରିନା ଓ ଭିକ୍କିଙ୍କ ବାବାହ ଅନୁଷ୍ଠିତ ହେବ । ଉଭୟେ ୯ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ । ୭ରୁ ଆରମ୍ଭ ହୋଇ ୧୦ ତାରିଖ ଯାଏଁ ଚାଲିବାକୁ ଥିବା ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ଓ ବନ୍ଧୁବାନ୍ଧବ ଯୋଗ ଦେବେ । ହେଲେ ସଲମାନ୍ ଏଥିରେ ଯୋଗ ଦେଉନାହାଁନ୍ତି । ହେଲେ ତାଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ଶେରା ଦୁହିଁଙ୍କ ବିବାହକୁ ସ୍ୱତନ୍ତ୍ର ସୁରକ୍ଷା ଦେବେ ।

ଶେରା ‘ଟାଇଗର ସିକ୍ୟୁରିଟି’ ନାମରେ ଏକ ଘରୋଇ ସୁରକ୍ଷା କମ୍ପାନୀ ଚଳାଉଛନ୍ତି । ହୋଟେଲ ସିକ୍ସ ସେନ୍ସ ରିସର୍ଟରେ ଭିକ୍କ୍ି ଓ କ୍ୟାଟଙ୍କ ବିବାହରେ ଶେରା ତାଙ୍କ ଟିମକୁ ନିୟୋଜିତ କରିଛନ୍ତି ।