ଆକ୍ରମଣ ଉଦ୍ୟମ କରିଥିବା ଅଭିଯୋଗରେ ସଲମାନଙ୍କ ବଡିଗାର୍ଡ ସେରା ଗତକାଲି ଗିରଫ ହୋଇଛନ୍ତି । ସେରାଙ୍କ ବିରୁଦ୍ଧରେ ମାଡପିଟ କରିବା ସହ ବନ୍ଧୁକ ଦେଖାଇ ଧମକାଇବା ପରି ସଙ୍ଗୀନ ଅଭିଯୋଗ ହୋଇଥିଲା ମୁମ୍ବାଇର ଡିଏନନଗର ପୁଲିସ ଷ୍ଟେସନରେ । ଅଭିଯୋଗ ପରେ ସେରାଙ୍କୁ ଗିରଫ କରିଛି ପୁଲିସ ।
ଅଭିଯୋଗକାରୀ ଅଖତର କୁରେସି ଅଭିଯୋଗ କରିଛନ୍ତି ସେରା ତାଙ୍କୁ ମାଡ ମାରିବା ସହ ବନ୍ଧୁକ ଦେଖାଇ ଧମକ ଦେଇଛନ୍ତି । କିନ୍ତୁ ସେରା ଏକଥାକୁ ଖଣ୍ଡନ କରିବା ସହ କହିଛନ୍ତି, ମୁଁ ଶାରୀରିକ ରୂପେ କାହାକୁ କ୍ଷତି ପହଂଚାଇ ନାହିଁ । ଏହା କେବଳ ଏକ ଯୁକ୍ତିତର୍କ ଥିଲା ।
ଶେରା କହିଛନ୍ତି ବୁଧବାର ଦିନ ମାଡପିଟ ପରି କୈାଣସି ଘଟଣା ଘଟିନାହିଁ । ବୁଧବାର ଦିନ ସେ ତାଙ୍କ ଜଣେ ସାଙ୍ଗକୁ ଦେଖା କରିବା ପାଇ କୋକିଲାବେନ ମେଡିକାଲ ଯାଇଥିଲେ ଏବଂ ପରେ କେବଳ ଫୋନରେ ଯୁକ୍ତିତର୍କ ହୋଇଥିଲା ବୋଲି କହିଛନ୍ତି ।
ତା ପର ଦିନ ସକାଳେ ପୁଲିସ ଆସି ସେରାଙ୍କୁ ଗିରଫ କରିଥିଲା ବୋଲି ସେ ଟାଇମସ ନାଓକୁ କହିଛନ୍ତି ।ଅଭିଯୋଗକାରୀଙ୍କ ତଥ୍ୟ ମୂତାବକ ମୁମ୍ବାଇ ପୁଲିସ ଆଇପିସି ଧାରା ୩୨୬, ୫୦୩, ୫୦୪ରେ ମାମଲା ରୁଜୁ କରିବା ସହ ମାମଲାର ଯାଂଚ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/55085597.jpg)
/kanak/media/post_attachments/wp-content/uploads/2016/10/Salman-Khan-Shera-300x194.jpg)