ଆଉ ଥମ୍ସ ଅପ୍ ବିଜ୍ଞାପନ କରିବେ ନାହିଁ ସଲମାନ

ଆଉ ଥମ୍ସ ଅପ୍ ବିଜ୍ଞାପନ କରିବେ ନାହିଁ ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ଥଣ୍ଡା ପାନୀୟ ତିଆରି କରୁଥିବା କୋକାକୋଲା କମ୍ପାନୀର ଥମ୍ସ ଅପ ବ୍ରାଂଡ ପାଇଁ ଆଉ ବିଜ୍ଞାପନ କରିବେ ନାହିଁ ବୋଲି ଜଣାପଡିଛି । ତାଙ୍କ ସ୍ଥାନରେ ରଣବୀର ସିଂଙ୍କୁୁ ନିଆଯିବ ବୋଲି କମ୍ପାନୀ ରଣବୀରଙ୍କ ସହ କଥା ହୋଇଥିବା ଖବରରୁ ପ୍ରକାଶ ।

ସଲମାନ ବିଗତ ୪ ବର୍ଷ ଧରି କୋକାକୋଲା ବ୍ରାଂଡର ପ୍ରମୋଶନ କରୁଥିଲେ । ଖବରରୁ ଜଣାପଡିଛି ସଲମାନ ଖାନ ଓ କମ୍ପାନୀ ମଧରେ ବିଜ୍ଞାପନକୁ ନେଇ କିଛି ମନୋମାଳିନ୍ୟ ସୃଷ୍ଟିହୋଇଥିଲା ଏବଂ ଏବେ କମ୍ପାନୀ ଏସବୁକୁ ଆଉ ଆଗକୁ ବଢାଇବାକୁ ଚାହୁଁ ନାହିଁ ।

ସଲମାନଙ୍କ ପୂର୍ବରୁ ଅକ୍ଷୟ କୁମାର କୋକାକୋଲାର ବ୍ରାଣ୍ଡ ଆମ୍ବାସାଡର ଥିଲେ । ୨୦୧୨ରେ ସଲମାନଙ୍କୁୁ ଏହାର ଆମ୍ବାସାଡର କରାଯାଇଥିଲା । ରଣବୀର ସିଂ ଏବେ ଥମ୍ସ ଅପର ନୂତନ ବ୍ରାଣ୍ଡ ଆମ୍ବାସାଡର ହେବେ ବୋଲି ଖବରରୁ ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe