ବଲିଉଡ ଅଭିନେତା ସଲମାନ ଖାନ ଥଣ୍ଡା ପାନୀୟ ତିଆରି କରୁଥିବା କୋକାକୋଲା କମ୍ପାନୀର ଥମ୍ସ ଅପ ବ୍ରାଂଡ ପାଇଁ ଆଉ ବିଜ୍ଞାପନ କରିବେ ନାହିଁ ବୋଲି ଜଣାପଡିଛି । ତାଙ୍କ ସ୍ଥାନରେ ରଣବୀର ସିଂଙ୍କୁୁ ନିଆଯିବ ବୋଲି କମ୍ପାନୀ ରଣବୀରଙ୍କ ସହ କଥା ହୋଇଥିବା ଖବରରୁ ପ୍ରକାଶ ।
ସଲମାନ ବିଗତ ୪ ବର୍ଷ ଧରି କୋକାକୋଲା ବ୍ରାଂଡର ପ୍ରମୋଶନ କରୁଥିଲେ । ଖବରରୁ ଜଣାପଡିଛି ସଲମାନ ଖାନ ଓ କମ୍ପାନୀ ମଧରେ ବିଜ୍ଞାପନକୁ ନେଇ କିଛି ମନୋମାଳିନ୍ୟ ସୃଷ୍ଟିହୋଇଥିଲା ଏବଂ ଏବେ କମ୍ପାନୀ ଏସବୁକୁ ଆଉ ଆଗକୁ ବଢାଇବାକୁ ଚାହୁଁ ନାହିଁ ।
ସଲମାନଙ୍କ ପୂର୍ବରୁ ଅକ୍ଷୟ କୁମାର କୋକାକୋଲାର ବ୍ରାଣ୍ଡ ଆମ୍ବାସାଡର ଥିଲେ । ୨୦୧୨ରେ ସଲମାନଙ୍କୁୁ ଏହାର ଆମ୍ବାସାଡର କରାଯାଇଥିଲା । ରଣବୀର ସିଂ ଏବେ ଥମ୍ସ ଅପର ନୂତନ ବ୍ରାଣ୍ଡ ଆମ୍ବାସାଡର ହେବେ ବୋଲି ଖବରରୁ ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/salman-1.jpg)