ସୁପରଷ୍ଟାର ହେଲେ ବି ମାନିବାକୁ ପଡ଼ିବ ନିୟମ । ସଲମାନ ଖାନଙ୍କୁ ମୁମ୍ବାଇ ବିମାନବନ୍ଦରରେ ଅଟକାଇ ଦେଲେ ଓଡ଼ିଆ ସିଆଇଏସଏଫ୍ ଯବାନ 

480

କନକ ବ୍ୟୁରୋ: ଲୋକପ୍ରିୟତାର ଶୀର୍ଷରେ ଥିବା ସଲମାନ ଖାନଙ୍କୁ ସୁରକ୍ଷା ସଂପର୍କୀତ ଯାଂଚ ପାଇଁ ବିମାନ ବନ୍ଦରରେ ଅଟକାଇଲେ ଓଡିଆ ଯବାନ । ନୟାଗଡର ସିଆଇଏସଏଫ ଯବାନ ସୋମନାଥ ମହାନ୍ତିଙ୍କ ଏହି କର୍ତବ୍ୟ ନିଷ୍ଠାକୁ ଏବେ ପ୍ରଶଂସା କରାଯାଉଛି । ଟାଇଗର-ଥ୍ରୀର ସୁଟିଂ ପାଇଁ ସଲମାନ ଓ ତାଙ୍କ ଟିମ ରୁଷ ଯିବା ସମୟର ମୁମ୍ବାଇ ବିମାନ ବନ୍ଦରରେ ଏହି ଘଟଣା ଭାଇରାଲ ହେଉଛି । ପ୍ରଶଂସକ ଓ ଫଟୋଗ୍ରାଫରଙ୍କ ଭିଡ ଭିତରେ ସଲମାନ ବିମାନବନ୍ଦର ପଶିଯାଉଥିବା ବେଳେ ତାଙ୍କୁ ଗେଟରେ ଅଟକାଇଥିଲେ ସିଆଇଏସଏଫ ଯବାନ ସୋମନାଥ ।

ପାସପୋର୍ଟ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ ପାଇଁ ସଲମାନଙ୍କୁ କିଛି ସମୟ ଗେଟ ଆଗରେ ଧାଡିରେ ଅପେକ୍ଷା କରିବାକୁ ପଡିଥିଲା । ସଲମାନଙ୍କୁ ଅଟକାଇବା ପରେ ସୋସିଆଲ ମିଡିଆରେ ସିଆଇଏସଏଫ ଯବାନଙ୍କୁ ପ୍ରଶଂସା କରାଯାଉଛି । ଏପଟେ ସୋମନାଥଙ୍କ ବାପା ମଧ୍ୟ ପୁଅର କର୍ତବ୍ୟନିଷ୍ଠା ପାଇଁ ଗର୍ବିତ ବୋଲି କହିଛନ୍ତି ।

ସେପଟେ ଟାଇଗର ଥ୍ରୀରେ ଅଭିନୟ ପାଇଁ ସଲମାନଙ୍କ ସହ ରୁଷ ଗସ୍ତ କରିଛନ୍ତି କ୍ୟାଟ୍ରିନା କୈଫ । ସେ ନିୟମ ମାନି ପାସପୋର୍ଟ ଯାଂଚ ସରିବା ପରେ ବିମାନ ବନ୍ଦରରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି ।