ସଲମାନଙ୍କୁ ହତ୍ୟା କରିବାକୁ ଚିଠି ମାଧ୍ୟମରେ ମିଳିଲା ଧମକ, ଥାନାରେ ଅଭିଯୋଗ

218

କନକ ବ୍ୟୁରୋ : ବଲିଉଡର ଭାଇଜାନ କୁହାଯାଉଥିବା ସଲମାନ ଖାନଙ୍କୁ କେହି ଦୁବୃର୍ତ୍ତ ଚିଠି ମାଧ୍ୟମରେ ହତ୍ୟା ଧମକ ଦେଇଛି । ଏଥିରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ସଲମାନ ଖାନଙ୍କ ପିତା ସକାଳେ ଯେତେବେଳେ ପ୍ରାତ ଭ୍ରମଣରେ ବାହାରିଥିଲେ ଲନର ଏକ ସ୍ଥାନରେ ଚିଠିଟି ପଡିଥିବାର ଦେଖିବାକୁ ପାଇଥିଲେ । ଏହାକୁ ଖୋଲି ଦେଖିବା ପରେ ସେଥିରେ ସଲମାନଙ୍କୁ ହତ୍ୟା ଧମକ ଲେଖାଥିବା ଦେଖିବାକୁ ପାଇଥିଲେ ।

ଏହି ଚିଠିରେ ଲେଖା ଅଛି କି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ସଲମାନଙ୍କୁ ହତ୍ୟା କରାଯିବ । ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ବାନ୍ଦ୍ରା ପୋଲିସ ଏହି ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ବି ରୁଜୁ କରିଛି ।

କହିରଖୁ କି ମେ ମାସ ୨୯ ତାରିଖରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ କିଛି ଅସାମାଜଜିକ ବ୍ୟକ୍ତି ବର୍ବର ଭାବେ ଗୁଳି କରି ହତ୍ୟା କରିଥିଲେ । ହେଲେ ତାଙ୍କୁ ହତ୍ୟା କରିବା ପୂର୍ବରୁ ବାରମ୍ବାର ଧମକ ମିଳୁଥିବା କଥା ମୁସେୱାଲାଙ୍କ ବାପା କହିଛନ୍ତି । ସେପଟେ ଏହା ପ୍ରଥମ ଥର ନୁହେଁ ବରଂ ଏମିତି ଅନେକ ଥର ସଲମାନଙ୍କୁ ହତ୍ୟା କରିବାକୁ ଧମକ ମିଳିଛି ।