ସଲମାନଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପୂର୍ବ ଗାର୍ଲଫ୍ରେଣ୍ଡ୍ । ପୋଷ୍ଟରେ ଲେଖିଲେ ଏଭଳି କଥା

317

କନକ ବ୍ୟୁରୋ: ବଲିଉଡରେ କାମ କରିସାରିଥିଲା ଅଭିନେତ୍ରୀ ସୋମି ଅଲି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋମି ପୁଣିଥରେ ବଲିଉଡ ଦବଙ୍ଗ ସଲମାନ ଖାନଙ୍କୁ ଟାର୍ଗେଟ କରିଛନ୍ତି । ନିଜର ଏକ ଥ୍ରୋବ୍ୟାକ୍ ଫଟୋକୁ ସେୟାର କରିବା ସହ ସଲମାନଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ହେଲେ ଅଭିଯୋଗ କରିବାର କିଛି ଦିନ ପରେ ଏହି ପୋଷ୍ଟକୁ ଡିଲିଟ୍ କରିଥିଲେ ।

ସୋମି ଅଲି ଆକ୍ଟ୍ରେସ୍ ହେବା ସହ ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ବି ଥିଲେ । ଅବଶ୍ୟ ଦୁହିଁଙ୍କ ସମ୍ପର୍କ ବେଶି ଦିନ ଚାଲିପାରିନଥିଲା । ଏବେ ଦୁହିଁଙ୍କ ମଧ୍ୟରେ ବେଶ୍ ଦୂରତା ରହିଛି । ତଥାପି ଅନେକ ସମୟରେ ସୋସିଆଲ ମିଡିଆରେ ପୋଷ୍ଟ କରି ସଲମାନଙ୍କୁ ଟାର୍ଗେଟ କରନ୍ତି ସୋମି । ସୋମି ସଲମାନଙ୍କ ସହ ନିଜର ଏକ ଫଟୋ ସେୟାର କରିଛନ୍ତି ଆଉ ଲେଖିଛନ୍ତି , ‘ ଏବେ ବହୁତ କିଛି ହେବାର ଅଛି । ମୋ ଶୋ’କୁ ଭାରତରେ ବନ୍ଦ କରିଦିଆଗଲା । ମାମଲା ଦାଏର କରି ମୋତେ ଧମକ ଦିଆଗଲା । ତୁମେ ଜଣେ ଅଗ୍ନିଶର୍ମା ମଣିଷ । ହେଲେ ମୋତେ ଏଠି ସୁରକ୍ଷା ଦେବାକୁ ୫୦ଜଣ ଓକିଲ ଅଛନ୍ତି, ଯିଏ ମୋତେ ସିଗାରେଟ୍ ଚେଙ୍କ ଓ ଶାରୀରିକ ନିର୍ଯାତନାରୁ ବଞ୍ଚାଇବେ, ଯାହା ତୁମେ ମୋତେ ବର୍ଷ ବର୍ଷ ଧରି ଦେଇଆସିଛ’ । ଏହାସହ ସୋମି ସଲମାନଙ୍କୁ ସମର୍ଥନ କରୁଥିବା ଲୋକଙ୍କୁ ମଧ୍ୟ ବିରୋଧ କରିଛନ୍ତି ।

ସୋମି ଅଲିଙ୍କ ଏହି ପୋଷ୍ଟ ଚାହୁଁ ଚାହୁଁ ଭାଇରାଲ ହୋଇଯାଇଥିଲା । ହେଲେ କିଛି ଘଣ୍ଟା ପରେ ସେ ନିଜେ ହିଁ ଏହି ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ । ଅବଶ୍ୟ ଏହାର କାରଣ କିଛି ଜଣାପଡିନାହିଁ ।