ଜଳିଯାଇଛି ଶରୀର, ହେଲେ ଅମର ହୋଇଯାଇଛନ୍ତି ଯବାନ ! ଅମିତାଭଙ୍କ ପରେ ସହିଦଙ୍କ ପରିବାରକୁ ସହାୟତାର ହାତ ବଢାଇଲେ ସଲମାନ୍ ଖାନ୍ ।

966

ଫେବ୍ରୁଆରୀ ୧୪, ୨୦୧୯ । ଏହି ତାରିଖ ଭାରତ ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିଗଲା । ଜାମ୍ମୁକାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ଏବେ ସାରା ଦେଶରେ ଆକ୍ରୋଶ ବଢିବାରେ ଲାଗିଛି । ସମସ୍ତଙ୍କ ମୁହଁରେ ଗୋଟିଏ କଥା, କେବେ ବଦଲା ନେବ ଭାରତ ? ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ଏହାକୁ କଡ଼ା ନିନ୍ଦା କରିଛି । ଏହା ସହ ଭାରତୀୟ ନାଗରିକମାନେ ପାକିସ୍ତାନର ମୂଳପୋଛ କରାଯାଉ ବୋଲି ଦାବି କରିଛନ୍ତି । ତେବେ ବଲିଉଡ୍ କଳାକାର ଏ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ସହିଦ୍ ପରିବାରକୁ ସାହାଯ୍ୟ କରୁଥିବା ଦେଖା ଯାଇଛି ।

ପ୍ରଥମେ ଉରିର ଟିମ୍ ସହିଦ୍ ପରିବାରକୁ ଏକ କୋଟି ଟଙ୍କାର ସାହାଯ୍ୟ ଦେଇଥିବା ବେଳେ ବିଗ୍ ବି ଅଭିତାଭ ବଚ୍ଚନ ପ୍ରତି ସହିଦ୍ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି କହିଛନ୍ତି । ଏବେ ଦବଙ୍ଗ ଷ୍ଟାର ସଲମାନ ମଧ୍ୟ ସହିଦ୍ ପରିବାରକୁ ସାହାଯ୍ୟର ହାତ ବଢ଼ାଇଥିବା ଜଣା ପଡ଼ିଛି । ଏହାର ଖୁଲାସା କରି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜଜୁ । ପୁଲଓ୍ଵାମା ଆକ୍ରମଣରେ ପ୍ରାଣ ହରାଇଥିବା ସହିଦଙ୍କ ପରିବାରକୁ ସାହାଯ୍ୟ କରିଥିବାରୁ ଧନ୍ୟବାଦ୍ । ମୁଁ ଖୁବଶୀଘ୍ର ଆପଣ ଦେଇଥିବା ସହାୟତା ରାଶିକୁ ‘ଭାରତ କେ ବୀର’ ଆକାଉଣ୍ଟକୁ ପଠାଇଦେବି ବୋଲି ଲେଖି ଟୁଇଟ୍ କରିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜଜୁ ।