ସଲମାନ ଖାନ୍ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଆଜି ଯୋଧପୁର କୋର୍ଟରେ ଶୁଣାଣି ହେବ । ଏଥିପାଇଁ ଗତକାଲି ସଲମାନ ଯୋଧପୁରରେ ପହଂଚିଛନ୍ତି । ୧୯୯୮ ମସିହାର ଫିଲ୍ମ ‘ହମ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ସଲମାନଙ୍କ ଉପରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏଥିପାଇଁ ତାଙ୍କ ବିରୋଧରେ ଆର୍ମ୍ସ ଆକ୍ଟର ଧାରା ୩/୨୫ ଓ ୨୫ ଦଫା ଲାଗିଛି ।
କୁହାଯାଉଛି ଯଦି ଏହି ଆକ୍ଟର ପ୍ରଥମ ଧାରାରେ ଯଦି ସଲମାନ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ୩ବର୍ଷ ଓ ଦ୍ୱିତୀୟ ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ସାତ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି । କୃଷ୍ଣସାରମୃଗ ଶିକାର ମାମଲାରେ ପୂର୍ବରୁ ଯୋଧପୁର କୋର୍ଟ ତାଙ୍କୁ ଦୋଷମୁକ୍ତ କରିଛନ୍ତି । ସୁଟିଂ ସମୟରେ ସଲମାନ ଖାନ୍ ୨ଟି କୃଷ୍ଣସାର ମାରିଥିବା ନେଇ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/thursday-rajasthan-hindustan-january-rajasthan-arrives-jodhpur_b03daf6c-dcc7-11e6-a538-54bd197a5a1b.jpg)