ବଲିଉଡରେ ଏବେ ତିନି ଖାନ୍ ଅମିର-ସଲମାନ-ଶାହାରୁଖଙ୍କ ରାଜୁତି ଚାଲିଛି । ବୟସର ଛାପ ରିଲ୍ ଲାଇଫକୁ ପ୍ରଭାବିତ କରିପାରିନି ଏଯାଏ । ଏହି ତିନି ଖାନଙ୍କ ଫିଲ୍ମ ରିଲିଜ ହେଲେ ହଲରେ ଭିଡ ଲାଗିଯାଏ । ଅନେକ ଲୋକଙ୍କ ସ୍ୱପ୍ନ ସେମାନଙ୍କର ପ୍ରିୟ ଏହି ତିନି ଖାନଙ୍କୁ ଗୋଟିଏ ଫିଲ୍ମରେ ଦେଖିବା ପାଇଁ ।
ଆଉ ଦର୍ଶକଙ୍କର ଏହି ଆଶା ପୂରଣ ହେବାକୁ ଯାଉଛି । ଏହି ତିନି ଖାନ୍ ବହୁତ ଶୀଘ୍ର ନଜର ଆସିବେ ଗୋଟିଏ ଫିଲ୍ମରେ । ଏହାର ଘୋଷଣା ସଲମାନ ନିଜ ଫେସବୁକ ପେଜରେ କରିଛନ୍ତି । ହେଲେ ପ୍ରକୃତ କଥା ହେଲା ଏହି ତିନି ସୁପରଷ୍ଟାରଙ୍କ ଡୁପ୍ଲିକେଟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ “ ଅମିର ,ସଲମାନ ,ଶାହାରୁଖ ”।
ରାଜୁ ରାହିକବାର ( ଜୁନିୟର ଶାହାରୁଖ ) ,ସାଗର ପାଣ୍ଡେ (ଜୁନିୟର ସଲମାନ) ଓ ଦେବାଶିଷ ଘୋଷ ( ଜୁନିୟର ଅମିର )ଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନିର୍ଦେଶନା ଦେଉଛନ୍ତି ଇକବାଲ୍ ସୁଲେମାନ । ପ୍ରଡ୍ୟୁସ କରୁଛନ୍ତି ହରିଶ ବାବୁ । ସଲମାନ ଏହାର ଭିଡିଓ ସେୟାର କରିବା ସହ ଟ୍ୱିଟ୍ ମଧ୍ୟ କରିଛନ୍ତି ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/khan.png)