କନକ ବ୍ୟୁରୋ : ଠେଙ୍ଗାରେ ଝୁଲୁଛି ସାଲାଇନ୍ । ରୋଗୀଙ୍କୁ ସାଲାଇନ ଦେବା ପାଇଁ ନାହିଁ ଷ୍ଟାଣ୍ଡ । ଫଳରେ ରୋଗୀଙ୍କ ପାଖରେ ସାଲାଇନ ଲଗାଯାଇଥିବା ଠେଙ୍ଗାକୁୁ ଧରି ବସିଛନ୍ତି ତାଙ୍କ ସମ୍ପର୍କୀୟ । ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏହି ଚିତ୍ର ଦେଖିବାକୁ ମିଳିଛି କଟକ ବଡ଼ ମେଡିକାଲରେ । ସାଲାଇନ ଲଗାଇବାକୁ ଆଉ କୌଣସି ସୁବିଧା ନପାଇ ରୋଗୀଙ୍କୁ ଏମିତି ଳଗା ଯାଇଛି ସାଲାଇନ୍ ।
ଜୀବନ ମରଣ ଭିତରେ ଗୁରୁତର ରୋଗୀଙ୍କୁ ଠେଙ୍ଗାରେ ସାଲାଇନ୍ ବୋତଲ ଝୁଲାଇ ଚିକିତ୍ସା କରିବାର ଏଭଳି ଅଭାବନୀୟ ଦୃଶ୍ୟ କଟକ ବଡ଼ ଡାକ୍ତରଖାନାର ଜରୁରୀକାଳିନ ଚିକିତ୍ସା ସେବାକୁ ପଦାରେ ପକାଇଛି । ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ଲାଗି ବେଡ ମିଳିବା ତ ଦୂରର କଥା ସାଲାଇନ ବୋତଲ ଝୁଲାଇବା ପାଇଁ ଷ୍ଟାଣ୍ଡଟିଏ ମିଳୁନାହିଁ ।
ବୁଧବାର ରାତିରେ ସାଲାଇନ ଷ୍ଟାଣ୍ଡ ପାଇଁ ଦୀଘଁ ସମ ଅପେକ୍ଷା କରିବା ପରେ ଶେଷରେ ବାଧ୍ୟ ହୋଇ ଏପରି ଠେଙ୍ଗାର ସାଲାଇନ ବୋତଲ ଝୁଲାଯାଇ ରୋଗୀଙ୍କୁ ଦିଆଯାଇଛି । ଯାହାପରେ ଆଶୁ ଚିକିତ୍ସା ବିଭାଗରେ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।