କନକ ବ୍ୟୁରୋ : ଯାତ୍ରା ମଂଚରେ ଶକ୍ତି କପୁରୁ । ବଲିଉଡର ଖତରନାକ ଖଳନାୟକଙ୍କୁ ପ୍ରଥମଥର ଲାଗି ଦେଖିବାକୁ ମିଳିଛି ଯାତ୍ରା ପେଣ୍ଡାଲରେ। ବାଲେଶ୍ୱରରେ ଗ୍ରେଟ ଇଷ୍ଟର୍ଣ୍ଣ ଅପେରା ପକ୍ଷରୁ ପ୍ରଦର୍ଶିତ ଯାତ୍ରାରେ ଏହି ବର୍ଷିଆନ ଅଭିନେତାଙ୍କ କଳା ଦେଖିବାକୁ ପାଇଛନ୍ତି ଦର୍ଶକ।
ବାଲେଶ୍ୱର କୁରୁଡାରେ ଆୟୋଜିତ ନାଟକ ମଝି ରାତିରେ ସ୍ୱାମୀରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି ବଲିଉଡର ଏହି ଭର୍ସାଟାଇଲ ଆକ୍ଟର। ଶକ୍ତିଙ୍କ ଟିକେ ଝଲକ ପାଇବାକୁ ଦର୍ଶକଙ୍କ ପ୍ରବଳ ଗହଳି ଲାଗିଥିଲା ଯାତ୍ରା ପଡିଆରେ। ଧମାଧମ ବିକ୍ରି ହୋଇଥିଲା ଟିକେଟ। ପ୍ରାୟ ୩ ହଜାର ଟିକେଟ ବିକ୍ରି ହୋଇଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ଟିକେଟର ମୂଲ୍ୟ ୧୦୦ରୁ ଆରମ୍ଭ କରି ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା।
ଏହା ସହ ଦେଖନ୍ତୁ ଏହି ଭିଡିଓ –
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/vlcsnap-2016-08-31-10h34m26s103.png)