କାଷ୍ଟିଂ କାଉଚ୍ ନେଇ ପୂର୍ବରୁ ବଲିଉଡର ଅନେକ ଅଭିନେତ୍ରୀ ମୁହଁ ଖୋଲି ସାରିଛନ୍ତି । ଏବେ ଏହି ଧାରାରେ ସାମିଲ୍ ହୋଇଛନ୍ତି ଆଉ ଜଣେ ନାୟିକା । କ୍ୟାରିୟର ଆରମ୍ଭରୁ ହିଁ କାଷ୍ଟିଂ କାଉଚର ଶିକାର ହେବାକୁ ପଡିଥିଲା ବୋଲି କହିଛନ୍ତି ନବାଗତା ସାଇୟାମୀ ଖେର୍ । ଫିଲ୍ମ ‘ମିର୍ଯ୍ୟା’ ଜରିଆରେ ପ୍ରଥମ କରି ବଲିଉଡରେ ପାଦ ଦେଇଛନ୍ତି ସାଇୟାମୀ । ତାଙ୍କ ସଂଘର୍ଷମୟ ଜୀବନରେ ସେ କାଷ୍ଟିଂ କାଉଚର ସାମ୍ନା କରିଥିବା ଏକ ଇଣ୍ଟରଭ୍ୟୁରେ ସ୍ୱୀକାର କରିଛନ୍ତି ସାଇୟାମୀ ।
ତେବେ ଏହି ଅଫରରେ ନା ସେ ରାଜି ହୋଇ ଥିଲେ ନା ଭାଙ୍ଗି ପଡିଥିଲେ। ବରଂ ନିଜ ପ୍ରତିଭା ଯୋଗୁଁ ଆଜି ଫିଲ୍ମ ‘ମିର୍ଯ୍ୟା’ରେ ଅଭିନୟର ସୁଯୋଗ ପାଇଥିବା କହିଛନ୍ତି ସେ । ନିକଟରେ ରାଧିକା ଆପ୍ତେ କାଷ୍ଟିଂ କାଉଚ ନେଇ ମୁହଁ ଖୋଲିଥିଲେ । ଆଉ ଏବେ ସାଇୟାମୀ । ଏଥିରୁ ଜଣା ପଡୁଛି ବଲିଉଡରେ କାଷ୍ଟିଂ କାଉଚ୍ ଚେର କେତେ ଗଭୀର ।
ଏହା ସହ କାଷ୍ଟିଂ କାଉଚର ବୁଢିଆଣି ଜାଲରେ ବଲିଉଡ୍ : ମୁହଁ ଖୋଲିଲେ ନ୍ୟୁଡ୍ ନାୟିକା ରାଧିକା ଆପ୍ତେ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/saiyamikher759.jpg)