ଭିଜିଲାନ୍ସ ଜାଲରେ ସିପାହୀ : ଷଷ୍ଠ ବାଟେଲିଅନର ସିପାହୀ ସହଦେବ ପରିଡାଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସର ଚଢଉ

116

କନକ ବ୍ୟୁରୋ : ଭିଜିଲାନ୍ସ ଜାଲରେ ଓଏସ୍ଏପି ସିପାହୀ । କଟକ ସ୍ଥିତ ଓଏସ୍ଏପି ଷଷ୍ଠ ବାଟାଲିଆନର ସିପାହୀ ସହଦେବ ପରିଡାଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଉଛି । ସହଦେବ ପରିଡାଙ୍କ ଅଫିସ୍, କଟକ ତିନି ଘରିଆ ଛକରେ ଥିବା ତିନି ମହଲା ଘର, କଟକ ଗନ୍ଦରପୁରରେ ଏକ ଆଜବେସ୍ଟସ୍ ଘର, ଚନ୍ଦନପୁରରେ ଥିବା ପୈତୃକ ଘର ଓ ମାଳତୀପାଟପୁରରେ ଥିବା ଶ୍ୱଶୁର ଘରେ ରେଡ୍ କରୁଛି ଭିଜିଲାନ୍ସ ।

ଚଢଉ ବେଳେ ନଗଦ ୨ ଳକ୍ଷ ୯୪ ହଜାର ୬ ହଜାର ଟଙ୍କା ଜବତ ହୋଇଛି । ଏହା ସହ ୪ଟି ଦୁଇ ଚକିଆ ଗାଡି ଓ ୧୭ଟି ବ୍ୟାଙ୍କ ପାସ୍ ବୁକ୍ ଜବତ କରାଯାଇଛି । ସହଦେବ ପରିଡ଼ାଙ୍କ ନାଁରେ ଭୁବନେଶ୍ୱର ପାଣ୍ଡରା ଓ ପୁରୀ ମାଳତୀପାଟପୁରରେ ପ୍ଲଟ ରହିଛି । ସେହିପରି ତାଙ୍କ ପତ୍ନୀ ଗୀତାଞ୍ଜଳି ପରିଡ଼ାଙ୍କ ନାଁରେ କଂଟିଲୋ ଓ ଗୋପାଳପୁରରେ ଦୁଇଟି ପ୍ଲଥ ଥିବା ଜଣାପଡ଼ିଛି । ସେହିପରି ସହଦେବଙ୍କ ପୁଅ କିଷନ ପରିଡ଼ାଙ୍କ ନାଁରେ କଟକ ଗଣ୍ଡରପୁରରେ ଏକ ପ୍ଲଟ ରହିଥିବା ରେଡ୍ ବେଳେ ଜଣାପଡ଼ିଛି । ୩ ଜଣ ଡିଏସ୍ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ଚଢାଉରେ ସାମିଲ ହୋଇଛନ୍ତି ।