ଆପଣଙ୍କ ବଗିଚାରେ ଫୁଟୁଥିବା ଏହି ଫୁଲ ଏବଂ ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣିଛନ୍ତି କି? ଅନେକ ରୋଗକୁ କରିବ ସମୁଳେ ନାଶ ।

360

ଆଜିକା ସମୟରେ ଅଧିକାଂଶ ଲୋକ ମଧୁମେହ ରୋଗର ଶିକାର ହେଉଛନ୍ତି। ଏତଦ୍ବ୍ୟତୀତ ପାଗ ବଦଳିବା ହେତୁ ଜ୍ୱର, ଥଣ୍ଡା, କାଶ, ସଂକ୍ରମଣ ଭଳି ରୋଗ ବି ଲାଗି ରହିଛି। ଏମିତିରେ ରୋଗୀର ଇମ୍ୟୁନିଟି ପାଓ୍ଵାର ବା ରୋଗପ୍ରତିରୋଧକ କ୍ଷମତା ବି ଦୁର୍ବଳ ହୋଇ ଯାଇଥାଏ। ତେବେ ଶରୀରରେ ଇମ୍ୟୁନ୍ ପାଓ୍ଵାରକୁ ବଢ଼ାଇବା ସହିତ, କର୍କଟ, ମଧୁମେହ ଆଦି ରୋଗରୁ ମୁକ୍ତି ପାଇବା ପାଇଁ ସଦାବାହାର ଫୁଲ ଓ ପତ୍ର ରାମବାଣ ସଦୃଶ୍ୟ ହୋଇଥାଏ।

ଅଧିକାଂଶ ଲୋକଙ୍କ ବାଡିରେ ସଦାବାହାର ଫୁଲ ଦେଖିବାକୁ ମିଳେ। ଏହା କେବଳ ଯେ ଦେଖିବାକୁ ସୁନ୍ଦର ତାହା ନୁହେଁ, ଏହାର ଗୁଣ ମଧ୍ୟ ଅନେକ ରହିଛି। ଯାହା ବିଷୟରେ ଖୁବ୍ ଅଳ୍ପ ଲୋକ ଜାଣି ଥାଆନ୍ତି। ଧଳା ସଦାବାହାର ଫୁଲର ୬ରୁ ୭ଟି ପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ସେବନ କରିବା ଦ୍ୱାରା ମଧୁମେହ ରୋଗ ଭଲ ହୋଇ ଯାଇଥାଏ। ଶରୀରରେ ମହଜୁଦ ଥିବା ସୁଗାରକୁ କମ୍ କରିବା ପାଇଁ ଅଧ ଗ୍ଲାସ ଗରମ ପାଣିରେ ପାଞ୍ଚଟି ଗୋଲାପୀ ରଙ୍ଗର ସଦାବାହାର ଫୁଲକୁ ୫ମିନିଟ୍ ପର‌୍ୟ୍ୟନ୍ତ ଭିଜାଇ ରଖନ୍ତୁ। ଏହାପରେ ଫୁଲକୁ ପାଣିରୁ ବାହାର କରି ସେହି ପାଣିକୁ ପିଇ ଦିଅନ୍ତୁ। ଏହାକୁ ପ୍ରତିଦିନ ସକାଳେ ପିଇଲେ ଶରୀରରୁ ସୁଗାର ମାତ୍ରା କମିଯାଇଥାଏ।

କେବଳ ଏତିକି ନୁହେଁ ସଦାବାହାର ଫୁଲ ସାପ ଓ ବିଛା କାମୁଡ଼ିବା ଦ୍ୱାରା ଚରି ଯାଉଥିବା ବିଷକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏତଦ୍ବ୍ୟତୀତ ଏହି ପତ୍ର ହିପଥିରିୟା ରୋଗକୁ ବି ଦୂର କରିବା ସହିତ ଉକ୍ତ ରକ୍ତଚାପ ସମସ୍ୟାକୁ ବି ଦୂର କରିଥାଏ।

ତ୍ୱଚାରେ ବ୍ରଣ ହୋଇଥିଲେ ସଦାବାହାର ପତ୍ରକୁ କ୍ଷୀର ସହିତ ବାଟି, ତାହାର ରସକୁ ସେହି ସ୍ଥାନରେ ଲଗାନ୍ତୁ। ଶୁଖିଯିବା ପରେ ନଖ ଉଷୁମ ଗରମ ପାଣିରେ ତାହାକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ବ୍ରଣ ସମସ୍ୟା ଦୂର ହେବା ସହିତ ଦାଗ ବି ରହେ ନାହିଁ। ଦାବିହାରୀ ଫୁଲ ଓ ପତ୍ର ସେବନ କରିବା ଦ୍ୱାରା କର୍କଟ ଭଳି ଭୟାନକ ରୋଗରୁ ମୁକ୍ତି ମିଳିଥାଏ।