ଧୋନୀଙ୍କ ଧୀମା ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ପରେ କହିଲେ ବଡ଼ କଥା ।

3,835

ଆଫଗାନିସ୍ତାନ ବିପକ୍ଷରେ ଭାରତ ୧୧ ରନର ରୋମାଞ୍ଚକର ବିଜୟ ହାସଲ କରିଥିଲେ ମଧ୍ୟ ଟିମ୍ ଇଣ୍ଡିଆର ବ୍ୟାଟିଂ ପ୍ରଦର୍ଶନକୁ ଏବେ ସମାଲୋଚନା ଆରମ୍ଭ ହୋଇଛି । ପୂର୍ବତନ କ୍ରିକେଟର ମାନେ ଭାରତର ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । ଖାସକରି ମହେନ୍ଦ୍ର ସିଂ ଧୋନି ଓ କେଦାର ଯାଦବଙ୍କ ଧୀମା ବ୍ୟାଟିଂକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଚିନ୍ ।

ଆଫଗାନିସ୍ତାନ ବିପକ୍ଷରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ତେବେ ଆଫଗାନିସ୍ତାନ ସ୍ପିନରଙ୍କ ଯାଦୁଗରୀ ବୋଲିଂରେ ଭୁଷୁଡି ପଡିଥିଲା ଭାରତର ବ୍ୟାଟିଂ ଅର୍ଡର । କେବଳ କ୍ୟାପଟେନ କୋହଲିଙ୍କୁ ଛାଡିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟସମ୍ୟାନ ଆଫଗାନିସ୍ତାନ ବୋଲରଙ୍କୁ ମୁକାବିଲା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଖାସକରି ଧୋନି ଓ କେଦାର ଯାଦବ ମଧ୍ୟକ୍ରମରେ ଯେଉଁଭଳି ଧୀମା ବ୍ୟାଟିଂ କରିଥିଲେ ତାହାର ଭାରତର ସ୍କୋର ବୋର୍ଡ ଉପରେ ପଡିଥିଲା । ସ୍ପିନରଙ୍କ ବିପକ୍ଷରେ ବଡ ସଟ୍ ନ ଖେଳିବାରୁ ମ୍ୟାଚରେ ପ୍ରଭାବ ବିସ୍ତାର କରିଥିଲେ ଆଫଗାନିସ୍ତାନ ବୋଲର ।

ଆଫଗାନିସ୍ତାନ ସ୍ପିନରଙ୍କ ୩୪ ଓଭରରେ ମାତ୍ର ୧୧୯ ରନ୍ ସଂଗ୍ରହ କରିଥିଲା ବିରାଟ ବାହିନୀ । ଆଉ ଏହା ସ୍ପଷ୍ଟ ଦର୍ଶାଉଥିଲା ଯେ, ସ୍ପିନରଙ୍କ ବିପକ୍ଷରେ ଯେପରି ଆତ୍ମସର୍ମପଣ କରିଥିଲା ଟିମ୍ ଇଣ୍ଡିଆ । ୩୧ ଓଭରରେ ବିରାଟ କୋହଲି ଆଉଟ୍ ହେବା ପରେ ୪୫ ଓଭର ପର୍ଯ୍ୟନ୍ତ ବେଶ ଧୀମା ଖେଳିଥିଲେ ଧୋନି ଓ କେଦାର । ଏପରିକି ଶେଷ ୧୦ ଓଭରରେ ମଧ୍ୟ ହାତ ଖୋଲି ଖେଳିପାରିନଥିଲେ ଟିମ୍ ଇଣ୍ଡିଆ । ଚଳିତ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ମଧ୍ୟକ୍ରମ ବ୍ୟାଟସମ୍ୟାନ ସେତେଟା ପ୍ରଭାବୀ ପ୍ରର୍ଦଶନ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କହିଛନ୍ତି ସଚିନ ।

ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଚଳିତ ବିଶ୍ୱକପରେ ଟିମ୍ ଇଣ୍ଡିଆ ସ୍ପିନରଙ୍କ ବିପକ୍ଷରେ ଦମଦାର ପ୍ରର୍ଦଶନ କରିଛନ୍ତି । ସ୍ପିନରଙ୍କ ମୋଟ ୫୩ ଓଭରରୁ ୩୩୯ ରନ୍ ସଂଗ୍ରହ କରିଥିଲା ବିରାଟ ବାହିନୀ । ଏପରିକି ୫୩ ଓଭରରେ ଗୋଟିଏ ୱିକେଟ ମଧ୍ୟ ହାସଲ କରିପାରିନଥିଲେ ସ୍ପିନର । କିନ୍ତୁ ଆଫଗାନିସ୍ତାନ ସ୍ପିନରଙ୍କ ଆଗରେ ମୁଣ୍ଡ ନୁଆଁଇଥିଲା କୋହଲି ଆଣ୍ଡ କୋ । ମୋଟ ୩୪ ଓଭରରେ ୧୧୯ ରନ୍ ସଂଗ୍ରହ କରିବା ସହ ୫ ୱିକେଟ ହରାଇଥିଲା ମେନ୍ ଇନ୍ ବ୍ଲୁ ।