ସଚିନଙ୍କୁ ଆଉ ଏକ ସମ୍ମାନ । ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ ହେଲେ ମାଷ୍ଟରବ୍ଲାଷ୍ଟର ।

195

କନକ ବ୍ୟୁରୋ : କ୍ରିକେଟର ଭଗବାନ ବୋଲି କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କୁ ଏବେ ଆଉ ଏକ ବିଶେଷ କାରଣ ନେଇ ସମ୍ମାନିତ କରାଯାଇଛି । ସଫାଇଗିରି ୨୦୧୯ କାର୍ଯ୍ୟକ୍ରମରେ ତାଙ୍କୁ ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ଭାବେ ସମ୍ମାନିତ କରାଯାଇଛି । ଜାତୀୟ ଗଣମାଧ୍ୟମ  ଇଣ୍ଡିଆ ଟୁଡେ ଦ୍ୱାରା ଆୟୋଜିତ କରାଯାଉଥିବା ସଫାଇଗିରି କାର୍ଯ୍ୟକ୍ରମର ଏହା ୫ମ ସଂସ୍କରଣ ଥିଲା । ସଚ୍ଚିନ ତେନ୍ଦୁଲକର ନିଜର ଲୋକପ୍ରିୟତାର ପ୍ରୟୋଗ କରି ଦେଶକୁ ସ୍ୱଚ୍ଛ ରଖିବା ଦିଗରେ କାମ କରିଥିବାରୁ ତାଙ୍କୁ ‘ସବୁଠାରୁ ପ୍ରଭାବଶାଳୀ ସ୍ୱଚ୍ଛତା ଦୂତ’ ମାନ୍ୟତା ଦିଆଯାଇଛି । ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତେନ୍ଦୁଲକରଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

ପ୍ରାୟ ୧୦ବର୍ଷ ହେଲାଣି ଭାରତରେ ସ୍ୱଚ୍ଛତା ଅଭିଯାନ ଲାଗି  କାମ କରି ଆସିଛନ୍ତି ତେନ୍ଦୁଲକର । ସେପ୍ଟେମ୍ବର ୧୮,୨୦୧୧ରେ ସପୋର୍ଟ ମାଇଁ ସ୍କୁଲ ଟେଲେଥୋନ ଜରିଆରେ ଭାରତର ପ୍ରାୟ ୧୪୦ଟି ସରକାରୀ ସ୍କୁଲରେ ଶୌଚାଳୟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ଦାନ କରିଥିଲେ ତେନ୍ଦୁଲକର । ୨୦୧୪ରେ ତାଙ୍କ କାମକୁ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ସ୍ୱଚ୍ଛତା ଆମ୍ବାସଡର ବନାଇଥିଲେ, ଯାହା ପରେ ପରେ ସେ ନିଜ ଘର ପାଖରେ ଥିବା ଅଞ୍ଚଳର ସଫେଇ କାମ କରିବା ଆରମ୍ଭ କରିଥିଲେ ।