ବାଦବିବାଦ ଭିତରେ ସାବରିମାଳା ମନ୍ଦିରରେ ଚାଲିଛି ଦର୍ଶନ : ପ୍ରବେଶ କରିପାରୁନାହାଁନ୍ତି ମହିଳା, ଏବେବି ଆନ୍ଦୋଳନ ଜାରି
କନକ ବ୍ୟୁରୋ : ବାଦ ବିବାଦ ଭିତରେ ସାବରିମାଳା ମନ୍ଦିରରେ ଚାଲିଛି ଦର୍ଶନ । ପ୍ରବେଶ କରିପାରୁନାହାଁନ୍ତି ମହିଳା । କଡା ସୁରକ୍ଷା ମଧ୍ୟରେ ଯାଉଛନ୍ତି ଭକ୍ତ । ରାଜ୍ୟର ବିଭିନ୍ନ ସହରରେ ୧୪୪ ଧାରା ଜାର କରାଯାଇଛି । ସାବରିମାଳା ମନ୍ଦିରକୁ ନେଇ ଗତକାଲି ଦିନ ତମାମ ଲାଗି ରହିଲା ହାଇ ଡ୍ରାମା । ଜୋରଦାର ଆନ୍ଦୋଳନ ପରେ କେରଳର ସାବରିମାଳା ମନ୍ଦିର ଗତକାଲି ସନ୍ଧ୍ୟା ୫ଟାରେ ଖୋଲିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ମାସିକ ପୂଜାକର୍ମ ପାଇଁ ମନ୍ଦିର ଖୋଲିଥିବାବେଳେ ମହିଳାମାନଙ୍କୁ କିନ୍ତୁ ପ୍ରବେଶ କରାଇ ଦିଆଯାଇ ନାହିଁ । ତୀବ୍ର ବିରୋଧ ଓ ପ୍ରତିବାଦ ଯୋଗୁଁ ମହିଳାମାନେ ମନ୍ଦିର ଦ୍ୱାରରୁ ନିରାଶ ହୋଇ ଫେରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ମନ୍ଦିରରେ ସବୁ ବୟସର ମହିଳା ପ୍ରବେଶ କରିପାରିବେ ବୋଲି ସୁପ୍ରିମକୋର୍ଟ ଦେଇଥିବା ଐତିହାସିକ ରାୟ ପରେ ଗତକାଲି ପ୍ରଥମ ଥର ପାଇଁ ମନ୍ଦିର ଖୋଲି ଥିଲା । ଫଳରେ ମନ୍ଦିରରେ ପ୍ରବେଶ ଲାଗି ବିଭିନ୍ନ ସ୍ଥାନରୁ ମହିଳାମାନେ ଆଗ୍ରହର ସହ ଆସି ପହଁଚିଥିଲେ । କିନ୍ତୁ ସେମାନଙ୍କୁ କିଛି ଗୋଷ୍ଠୀର ମହିଳା ଓ ସଂଗଠନ ପ୍ରବେଶ ଅନୁମତି ଦେଇନଥିଲେ । ବାଟରେ ଗାଡି ଅଟକାଇ ସେମାନଙ୍କୁ ଅଧା ବାଟରୁ ଫେରାଇ ଦେଇଥିଲେ । ବିଶୃଙ୍ଖଳା ଜନତାଙ୍କୁ ଘଉଡାଇବା ପାଇଁ ପୁଲିସ ଲାଠିଚାର୍ଜ କରିଥିଲା । ତେବେ ଆନ୍ଦୋଳନକାରୀମାନେ ଗଣଆତ୍ମହତ୍ୟା ଧମକ ଦେଇଥିବାରୁ ପରିସ୍ଥିତି ଜଟିଳ ହୋଇଥିଲା । କେତେକ ସ୍ଥାନରେ ଉତେଜନା ଲାଗି ରହିଛି ।