ଏବେବି ମହିଳାଙ୍କ ପାଇଁ ଅପହଞ୍ଚ ସାବରିମାଳା ! ଆଜି ଦର୍ଶନ ନକରିପାରି ମନ୍ଦିରରୁ ଫେରିଲେ ୧୧ ଜଣିଆ ମହିଳା ଦଳ ।
କେରଳର ପ୍ରସିଦ୍ଧ ତୀର୍ଥସ୍ଥଳ ସାବରିମାଲା ଏବେବି ମହିଳାମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ଆଜି ତାମିଲନାଡୁରୁ ଆସିଥିବା ମନିଥି ଗ୍ରୁପ ନାମକ ଏକ ୧୧ ଜଣିଆ ମହିଳା ଦଳ ମନ୍ଦିରରେ ପ୍ରବେଶ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ଶ୍ରଦ୍ଧାଳୁଙ୍କ ପ୍ରବଳ ବିରୋଧ ଯୋଗୁଁ ସେମାନେ ଫେରିଆସିଛନ୍ତି । ଏହି ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ କରିବା ପାଇଁ ପୁଲିସ ସବୁପ୍ରକାରର ସୁରକ୍ଷା ଦେଇଥିଲେ ମଧ୍ୟ ଉଗ୍ରଭୀଡ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଚାଲିଆସିବାରୁ ସେମାନେ ଫେରିବାକୁ ବାଧ୍ୟ ହୋଇଥିଲେ । ତେବେ ମନିଥି ଗ୍ରୁପ ନିରାଶ ହୋଇନାହିଁ ଓ ଆଗାମୀ ଦିନରେ ପ୍ରବେଶ କରିବାକୁ ଉଦ୍ୟମ ଜାରି ରଖିବ ବୋଲି ଏହି ଗ୍ରୁପର ମୁଖ୍ୟ ସେଲଭି କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ପୂର୍ବରୁ ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କ ପାଇଁ ଏହି ଭଗବାନ ଆୟାପ୍ପାଙ୍କ ମନ୍ଦିରକୁ ଯିବା ନିଷିଦ୍ଧ ଥିଲା, କିନ୍ତୁ ସୁପ୍ରିମକୋର୍ଟ ଏକ ଜନସ୍ୱାର୍ଥ ମାମଲାର ବିଚାର କରି ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ । କିନ୍ତୁ ଏହାକୁ ସମଗ୍ର ଦକ୍ଷିଣ ଭାରତ ବିଶେଷକରି ଆୟାପ୍ପା ଭକ୍ତମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।