ସୁଷମାଙ୍କ ଷ୍ଟାଇଲରେ କାମ ଆରମ୍ଭ କଲେ ଏସ ଜୟଶଙ୍କର। ଦେଶର ନୂଆ ବିଦେଶମନ୍ତ୍ରୀ ଭାବେ କାର୍ଯ୍ୟଭାର ନେବାର ପ୍ରଥମ ଦିନରେ ହିଁ ଟ୍ୱିଟ ଜରିଆରେ ବଢାଇଲେ ସାହାଯ୍ୟର ହାତ

186

କନକ ବ୍ୟୁରୋ: ପ୍ରଥମ ଦିନରୁ ସୁଷମାଙ୍କ କାର୍ଯ୍ୟଶୈଳୀରେ କାର୍ଯ୍ୟ ଆରମ୍ଭ କଲେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର । ଦେଶର ନୂଆ ବିଦେଶ ମନ୍ତ୍ରୀ ଭାବେ ଏସ ଜୟଶଙ୍କର କାର୍ଯ୍ୟଭାର ନେବା ପରେ ପୂର୍ବ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଷ୍ଟାଇଲରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ସାହାଯ୍ୟ ପାଇଁ ଗୁହାରି କରିଥିବା ତିନି ମହିଳାଙ୍କୁ ରିଟୁଇଟ୍ କରି ପ୍ରତିକ୍ରିୟା ଦେଇଛନ୍ତି ।

ଶନିବାର ରିଙ୍କି ନାମକ ଜଣେ ମହିଳା ତାଙ୍କୁ ସାହାଯ୍ୟ କରବା ପାଇଁ ଟୁଇଟ୍ କରି ଗୁହାରି କରିଥିଲା । ମହିଳା ଜଣଙ୍କ ଟ୍ୱିଟ୍ କରି ଲେଖିଥିଲେ , ତାଙ୍କର ଏକ ୨ ବର୍ଷର ଝିଅ ଆମେରିକାରେ ରହୁଛି ଏବଂ ସେ ଭାରତରେ ରହୁଛନ୍ତି । ଗତ ୬ମାସରୁ ଅଧିକ ସମୟ ହେବ ସେ ନିଜ ଝିଅକୁ ଆମେରିକାରୁ ଆଣିବା ପାଇଁ ସଂଘର୍ଷ କରି ଆସୁଛନ୍ତ । କିନ୍ତୁ ଏଥିରେ ବିଫଳ ହୋଇଛନ୍ତି । ତେଣୁ ତାଙ୍କ ଝିଅକୁ ଆଣିବା ପାଇଁ ସହଯୋଗ କରିବାକୁ ଗୁହାରି କରିଛନ୍ତି ।

ବୈଦେଶିକମନ୍ତ୍ରୀ ଜୟଶଙ୍କର ମହିଳାଙ୍କ ଟୁଇଟକୁ ରିଟୁଇଟ୍ କରି ଆମେରିକାରେ ରହୁଥିବା ଭାରତୀୟ ରାଷ୍ଟ୍ରଦୂତ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସୁଷମା ସ୍ୱରାଜ ମନ୍ତ୍ରୀ ଥିବା ସମୟରେ ଟ୍ୱିଟରରେ ବହୁତ ଆକ୍ଟିଭ ରହିବା ସହ କେହି ଟ୍ୱିଟ ଜରିଆରେ ସାହାଯ୍ୟ ମାଗିଲେ ଖୁବ୍ ଶୀଘ୍ର ସାହାଯ୍ୟର ହାତ ବଢାଉଥଲେ ।