ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ ମଧ୍ୟରେ ସ୍ଥିର ସମ୍ପର୍କ ଅସମ୍ଭବ

ଭାରତ-ଚୀନ ବିବାଦ ଭିତରେ ଭାରତର ବଡ଼ ବୟାନ । ବୈଦେଶିକମନ୍ତ୍ରୀ କହିଲେ ସୀମାରେ ସ୍ଥିତି ସୁଧାର ନଆସିବା ଯାଏଁ ଭାରତ-ଚୀନ ମଧ୍ୟରେ ସ୍ଥିର ସମ୍ପର୍କ ଅସମ୍ଭବ

କନକ ବ୍ୟୁରୋ : ଦୀର୍ଘ ଦିନ ଧରି ଭାରତ-ଚୀନ ମଧ୍ୟରେ ଚାଲିଛି ସୀମା ବିବାଦ । ଏହା ଭିତରେ ପୁଣି ଥରେ ଭାରତ ବଡ଼ ବୟାନ ଜାରି କରିଛି । ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଚୀନ ପ୍ରତି ଭାରତର ଆଭିମୁଖ୍ୟ କଣ ସେକଥା ପୁଣି ସ୍ପଷ୍ଟ କରିଛନ୍ତି । ବୈଦେଶିକମନ୍ତ୍ରୀ କହିଛନ୍ତି ସୀମା ବିବାଦ ପାଇଁ ଚୀନ ଦାୟୀ । ଭାରତର ସୀମାରେ ଚୀନ ସେନାକୁ ଅନୁପ୍ରବେଶ ବିବାଦର ମୁଖ୍ୟ କାରଣ । ଯେଉଁ ପର୍ଯଁନ୍ତ ସୀମା ବିବାଦର ସମାଧାନ ହୋଇନି ବା ସୀମାରେ ସ୍ଥିରତା ଆସିନି ସେପର୍ଯନ୍ତ ଦୁଇ ଦେଶର ସର୍ମ୍ପକରେ ସୁଧାର ଆସିବା ସମ୍ଭବ ନୁହେଁ । ଚୀନର ଦୋମୁହାଁ ନୀତିକୁ ଭାରତ ଆଦୌଗ୍ରହଣ କରିବନି । । ସୀମା ବିବାଦ ଭିତରେ ଚୀନ ସହ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଭାରତ ଆଗ୍ରହୀ ନୁହେଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe