ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ‘ଏସ-୪୦୦’ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍

207

କନକ ବ୍ୟୁରୋ : ବଢିବ ଭାରତ ସାମରିକ ଶକ୍ତି । ଶତ୍ରୁକୁ କଡ୍ଡା ଜବାବ ଦେବ ଅତ୍ୟାଧୁନିକ ଏସ୍-ଫୋର୍ ହଣ୍ଡ୍ରେଡ୍ ମିଜାଇଲ୍ ଡିଫେନ୍ସ ସିଷ୍ଟମ୍ । ଏନେଇ ଋଷ ସହ ହୋଇଛି ଚୁକ୍ତି । ଭାରତ ଗସ୍ତରେ ଥିବା ଋଷ ରାଷ୍ଟ୍ରପତି ଭାଦିମିର ପୁଟିନ୍ଙ୍କ ସହ ଆଲୋଚନା କରି ୩୫ହଜାର କୋଟିର ଚୁକ୍ତି ସ୍ୱାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅତ୍ୟାଧୁନିକ ‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ ନେଇ ଋଷ ସହ ହେଲା ଚୁକ୍ତି ସ୍ୱାକ୍ଷର । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍ଥଳଭାଗରୁ ଆକାଶ ମାର୍ଗକୁ ଲକ୍ଷ ଭେଦ କରି ପାରୁଥିବା ଏହି ଅତ୍ୟାଧୁନି ମିଜାଇଲ ସିଷ୍ଟମ ଦ୍ୱାରା ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହୋଇଯିବ । ଉଭୟ ସ୍ଥଳଭାଗରେ ଏବଂ ଆକାଶମାର୍ଗରେ ଶତ୍ରୁକୁ ମାତ୍ ଦେବାରେ ସକ୍ଷମ ଏହି‘ଏସ-୪୦୦’ ଏୟାର ଡିଫେନ୍ସ ମିଜାଇଲ ସିଷ୍ଟମ୍ ।

ରାଷ୍ଟ୍ରପତି ପୁଟିନ୍ଙ୍କ ଭାରତ ଗସ୍ତ ପୂର୍ବରୁ ପ୍ରଥମେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କୀତ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସିଡିଏସ ବିପିନ ରାୱତ୍, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ସ୍ଥଳ ସେନା ମୁଖ୍ୟଙ୍କ ଉପସ୍ଥିତିରେ ଦୁଇ ଦେଶର ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଛି । ଭାରତ ଓ ଋଷର ସମ୍ପର୍କ ଆହୁରି ମଜବୁତ କରିବା ନେଇ ଆଲୋଚନା କରିଛନ୍ତି ଦୁଇ ଦେଶର ପ୍ରତିନିଧି ।

ରୁଷ୍ ରାଷ୍ଟ୍ରପତି ଭାରତ ଗସ୍ତରେ ଆସି ୨୧ ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେଇଛନ୍ତି । ଚୀନ୍ ଲଗାତର ଭାରତ ସୀମାରେ ଲଗାତର ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରି ଚାଲିଥିବା ବେଳେ ପୁଟିନ୍ଙ୍କ ଗସ୍ତ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।