କନକ ବ୍ୟୁରୋ : ଋୁଷ ୟୁକ୍ରେନ ଯୁଦ୍ଧରେ ସବୁଠୁ ପ୍ରଥମ ଟୁଇଷ୍ଟ ସାମ୍ନାକୁ ଆସିଲା, ଯେତେବେଳେ ଗୋଟେ ପରେ ଗୋଟେ ଆକ୍ରମଣ କରୁଥିବା ପୁଟିନ୍ ରୁଷ ସୈନିକଙ୍କୁ ଖେରସାନ୍ ଛାଡିବାକୁ ଆଦେଶ ଦେଲେ । ଏହାପରେ ଜେଲେନସ୍କି ସେନା ହତିଆର୍ ଓ ଟ୍ୟାଙ୍କ୍ ସହ ଖେରସେନାରେ ମୁତୟନ ହେଲେ । ଜେଲେନସ୍କିଙ୍କୁ ଡର ଥିଲା, ଏହା ପୁଟିନ୍ଙ୍କ ନୂଆ ଚାଲ ନୁହେଁ ତ? ହେଲେ ଏବେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ହେଉଛି ଖେରସନକୁ ବୁଡାଇବା ପାଇଁ ହୋଇଥିବା ଯୋଜନାକୁ ଏହା ପୂରା ଇଶାରା କରୁଛି । କାରଣ ଖେରସନ୍ ନିକଟରେ ଥିବା କଖୋବକା ଡ୍ୟାମ୍ ଉପରେ ହୋଇଛି ମିଜାଇଲ ଆକ୍ରମଣ । ଆଉ ଆକ୍ରମଣ ପଛରେ ୟୁକ୍ରେନର ହାତ ଥିବା ନେଇ ରୁଷ ଆରୋପ ଲଗାଇଛି ।
ରୁଷ ଏଜେନ୍ସି ଦାବି କରିଛି ସୋମବାର ସକାଳ ୧୦ଟା ବେଳେ ୬ ହାଇମର୍ସ ମିଜାଇଲ ଡ୍ୟାମ ଉପରକୁ ମାଡ କରାଯାଇଛି । ଯେଉଁଥିରେ ୫ଟି ମିଜାଇଲକୁ ରୁଷ ସେନା ଧ୍ୱଂସ କରିଛି । ହେଲେ ଗୋଟେ ହାଇମର୍ସ ମିଜାଇଲ ଡ୍ୟାମରେ ଧକ୍କା ହୋଇଛି । ଯେଉଁଥିରେ କଖୋବକା ଡ୍ୟାମ୍ କ୍ଷତିଗ୍ରସ୍ତ ହୋଇଛି ।
ସ୍ଥିତିକୁ ଦେଖି ରୁଷ ପକ୍ଷରୁ ଜରୁରୀକାଳୀନ ସେବାର ଘୋଷଣା କରିଛି । କିଛି ବଡ ଅଘଟଣକୁ ରୋକିବାକୁ ସର୍ତକ ହୋଇଯାଇଛି ରୁଷ । ସେପଟେ ୟୁକ୍ରେନ ବି ଅଭିଯୋଗ ଉପରେ ପାଲଟା ଆକ୍ରମଣ କରି କହିଛି,—ଯୁଦ୍ଧ ଆରମ୍ଭରୁ ଏହି ଡ୍ୟାମରେ ରୁଷ ଆକ୍ରମଣ କରିବା ନେଇ ଧମକ ଦେଉଥିଲା । ଏହାକୁ ନେଇ ପ୍ରଥମରୁ ବିଶ୍ୱକୁ ଆଲର୍ଟ କରିଥିଲା ୟୁକ୍ରେନ୍ । ଏବେ ଯେଉଁ ସମୟରେ ଖେରସେନରୁ ରୁଷ ନିଜ ସୈନ ଫେରାଇନେଉଛି, ତେବେ କାହିଁକି ଏଭଳି ପଦକ୍ଷେପ ନେବ ବୋଲି ପ୍ରଶ୍ନ କରିଛି ୟୁକ୍ରେନ?
ଯେତେବେଳେ ରୁଷ ଡ୍ୟାମ୍ ଉପରେ ୟୁକ୍ରେନ ଆକ୍ରମଣ କରିଥିବା ଦାବି କଲା, ସେତେବେଳେ ସମସ୍ତ ପାଇଁ ଚିନ୍ତା ବଢାଇଲା, କିନ୍ତୁ ପରବର୍ତୀ ସମୟରେ ରୁଷ ଏଜେନ୍ସି ପକ୍ଷରୁ ଏକ ବିବୃତି ଜାରୀ କରି କୁହାଗଲା, ଏବେ ସବୁ କିଛି ନିୟନ୍ତ୍ରଣରେ ରହିଛି । ରୁଷ ସୈନ ୫ ମିଜାଇଲ ଧ୍ୱଂସ କରିଥିବା ବେଳେ ଗୋଟେ ମିଜାଇଲ ମାଡ ହୋଇଥିଲା, ହେଲେ ଡ୍ୟାମର ବିଶେଷ କ୍ଷତି ଘଟିନାହିଁ । ଏହି ବିବୃତି ସାମ୍ନାକୁ ଆସିବା ପରେ ପୁଟିନଙ୍କ ଊଦ୍ଦେଶ୍ୟକୁ ନେଇ ପ୍ରଶ୍ନ ଉଠିଛି । ପ୍ରକୃତରେ ପୁଟିନ୍ କଣ ଚାହଁନ୍ତି? ଡ୍ୟାମ୍ର ଡର ଦେଖାଇ ୟୁକ୍ରେନ ଉପରେ ନୂଆ ଚାପ ପକାଉ ନାହାନ୍ତି ତ? ଏପ୍ରଶ୍ନ ମଧ୍ୟ ଉଠୁଛି କି ନିଜ ଅଂଚଳରେ ୟୁକ୍ରେନ ଏଭଳି କାହିଁକି କରିବ? ନିଜ ଅଂଚଳକୁ ଜାଣିକି କାହିଁକି ବୁଡାଇବ ୟୁକ୍ରେନ? କାହିଁକିନା କଖୋବକା ଡ୍ୟାମକୁ ନେଇ ପ୍ରଥମରୁ ଜେଲେନସ୍କି ବିଶ୍ୱକୁ ଚେତାଇଦେଇଥିଲେ କି ଏହି ଡ୍ୟାମକୁ ରୁଷ କ୍ଷତି ପହଂଚାଇପାରେ । ଯେଉଁ ଡର ଜେଲେନସ୍କିକୁ ପ୍ରଥମରୁ ଥିଲା, ତାହା ଏବେ ଘଟୁଛି । ଡ୍ୟାମ୍ ଉପରେ ଆକ୍ରମଣର ଭୟ ଦେଖାଇ ପ୍ରକୃତରେ କିଏ ଖେରସନ କିଏ ବୁଡାଇବାକୁ ଚାହୁଁଛି? ପ୍ରକୃତରେ କିଏ ଖେରସାନର ଖଳନାୟକ ?ତାକୁ ନେଇ ଉଠୁଛି ପ୍ରଶ୍ନ ।