ଯୁଦ୍ଧ ମଇଦାନକୁ ଓହ୍ଲାଇବେ ଋଷରେ ପଢୁଥିବା ଆଫ୍ରିକାନ୍ ଛାତ୍ର । ୟୁକ୍ରେନକୁ ଧ୍ୱଂସ କରିବା ପାଇଁ ଋଷର ନୂଆ ରଣନୀତି

134

କନକ ବ୍ୟୁରୋ : ସମୟ ଯେତେ ଗଡୁଛି, ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସେତେ ଭୟଙ୍କର ହେବାରେ ଲାଗିଛି । କେଉଁଠି କେଉଁ ଦିଗରୁ କେତେବେଳେ ଆସି ମିଜାଇଲ୍ ମାଡ ହେଉଛି ତାହା ଆକଳନ କରିହେଉନି । ଏପରି ପରିସ୍ଥିତି ସୃଷ୍ଟି ହୋଇଛି ସତେ ଯେପରି ୟୁକ୍ରେନକୁ ଧ୍ୱଂସ କରିବା ପାଇଁ ଶପଥ ନେଇସାରିଛି ଋଷ । ଆଉ ଏହାରି ଭିତରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଋଷରେ ପାଠପଢୁଥିବା ଆଫ୍ରିକାନ୍ ଯୁବକଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ଋଷ ବାଧ୍ୟ କରୁଥିବା ସୂଚନାରୁ ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଋଷରେ ପାଠ ପଢୁଥିବା ଆଫ୍ରିକାନ୍ ଛାତ୍ରଙ୍କୁ ଯୁଦ୍ଧରେ ସାମିଲ ହେବା ପାଇଁ ବାଧ୍ୟ କରାଯାଉଛି । ଆଉ କୁହାଯାଇଛି ଯଦି ସେମାନେ ଯୁଦ୍ଧରେ ସାମିଲ ନହୁଅନ୍ତି, ତେବେ ସେମାନଙ୍କ ଟ୍ୟୁସନ୍ ଫିସ୍ ବଢାଇ ଦିଆଯିବ । କେବଳ ଏତିକି ନୁହେଁ, ଯେଉଁମାନେ ଯୁଦ୍ଧରେ ସାମିଲ ହେବେ ସେମାନଙ୍କୁ ଦରମା ଆକାରରେ ୩ହଜାରରୁ ୫ହଜାର ଡଲାର ଲେଖାଏ ଦିଆଯିବ । ଆଉ ଯେଉମାନେ ରାଜି ନହେଲେ ସେମାନଙ୍କ ଟ୍ୟୁସନ୍ ଫି’ ବୃଦ୍ଧି କରିଦେବା ପାଇଁ ଚେତାବନୀ ଦିଆଯାଇଛି ।
ଆଉ ଏକ ଖବର ସାମ୍ନାକୁ ଆସିିଛି କି, ୟୁକ୍ରେନରେ ପାଠ ପଢିବାକୁ ଯାଇଥିବା ଆଫ୍ରିକାନ୍ ଛାତ୍ର ଏବେ ଋଷ ବିରୋଧରେ ଲଢେଇ କରୁଛନ୍ତି ଏବଂ ଭଲ ଇନକମ୍ କରୁଛନ୍ତି । ତେଣୁ ସେହିଭଳି ଢଙ୍ଗରେ ଋଷ ମଧ୍ୟ ଆଫ୍ରିକାନ୍ ଯୁବକଙ୍କୁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବା ପାଇଁ ଯୋଜନା କରୁଛି ।