ବିଶ୍ୱର ସବୁଠୁ ଭୟଙ୍କର ଏକ୍ସପେରିମେଂଟ: ୫ଜଣ କଏଦୀଙ୍କ ଉପରେ ଋଷିଆ କରିଥିଲା ସ୍ଲିପ୍ ଏକ୍ସପେରିମେଂଟ ; ପରୀକ୍ଷଣର ସପ୍ତାହ ନପୁରୁଣୁ ମାନସିକ ସନ୍ତୁଳନ ହରାଇବସିଥିଲେ କଏଦୀ: ଜୀବନ ଥିଲା ସତ ହେଲେ ଦେହରେ ନଥିଲା ମାଉଁସ, ନିଦ ପାଇଁ ଡହଳବିକଳ ହୋଇ ନିଜ ମାଂସ ନିଜେ ଦେଇଥିଲେ ଖାଇ…

3,288

କନକ ବ୍ୟୁରୋ: କେବେ ଆପଣ ଚିନ୍ତା କରିଛନ୍ତି ଯଦି ଆପଣଙ୍କୁ ୩୦ ଦିନ ବିନା ଶୋଇ ରହିବାକୁ କୁହାଯାଏ ତେବେ କଣ କରିବେ । ପ୍ରଶ୍ନଟି ଆପଣଙ୍କୁ ନିଶ୍ଚୟ ବିଚଳିତ କରିଦେବ । କିନ୍ତୁ ଏଭଳି ହିଁ କିଛି ଘଟିଥିଲା ବିଶ୍ୱ ଯୁଦ୍ଧ ସମୟରେ । ୧୯୪୦ରେ ଏମିତି ଏକ ଅଜବ ତଥା ଲୋମଟାଙ୍କୁରା ଏକ୍ସପ୍ରିମେଂଟ ସୋଭିଏତ୍ ୟୁନିୟନରେ ବନ୍ଦୀ ଜୀବନ ବିତାଉଥିବା ୫ ଜଣ କଏଦୀଙ୍କ ଉପରେ କରାଯାଇଥିଲା । ଯେଉଁଥିରେ ପରୀକ୍ଷଣର ୩୦ ଦିନ ନପୁରୁଣୁ  କଏଦୀମାନଙ୍କୁ ଶେଷରେ ଜୀବନରୁ ମାରିବାକୁ ପଡିଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି ଯେ ସେଦିନ ଏମିତି କଣ ହୋଇଥିଲା ଯେ, ଏକ୍ସପ୍ରିମେଂଟକୁ ସଂପୂର୍ଣ୍ଣ ହେବା ପୂର୍ବରୁ ହିଁ କଏଦୀଙ୍କୁ ମାରିବାକୁ ପଡିଥିଲା ।

ତେବେ ଏସଂକ୍ରାନ୍ତରେ ୨୦୦୯ରେ କ୍ରିପିପାସ୍ତା ୱିକି ନାମକ ଏକ ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇବା ପରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ  । ଏହି େଓବସାଇଟରେ  ସୋଭିଏତ ୟୁନିୟନ ତରଫରୁ କିଛି କଏଦୀଙ୍କ ଉପରେ କରାଯାଇଥିବା ଭୟଙ୍କର ଏକ୍ସପ୍ରିମେଂଟ ସଂପର୍କରେ ଖୁଲାସା କରାଯାଇଥିଲା । ଯାହାର ନାଁ ଥିଲା ରଶିୟାନ ସ୍ଲିପ୍ ଏକ୍ସପ୍ରିମେଂଟ ।

୧୯୪୦ରେ ଶୋଭିଏତ ୟୁନିୟମ ପକ୍ଷରୁ ଏହି ସ୍ଲିପିଂ ଏକ୍ସପ୍ରିମେଂଟ ପାଇଁ  ବନ୍ଦୀ ଜୀବନ ବିତାଉଥିବା ଶତ୍ରୁ ସେନାର ୫ ଜଣ କଏଦୀଙ୍କୁ ବଛା ଯାଇଥିଲା ଏବଂ ଏହି ଏକ୍ସପ୍ରିମେଂଟ ସମୟରେ ଏହି କଏଦୀଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଗୋଟିଏ ଘର ଭିତରେ ବନ୍ଦ ରଖାଯାଇଥିଲା । ଆଉ ସର୍ତ୍ତ ରଖାଯାଇଥିଲା କି ଯଦି ସେମାନେ ବିନା ଶୋଇ ମାସେ ରହିପାରିବେ ତେବେ ସେମାନଙ୍କୁ ବନ୍ଦୀ ଜୀବନରୁ ମୁକ୍ତି ଦିଆଯିବ । ଏଥି ସହିତ ସେମାନଙ୍କୁ  ଯେଉଁ କୋଠରିରେ ରଖାଯାଇଥିଲା ।  ସେଠାରେ ଏମାନଙ୍କୁ ଖାଇବା, ପଢିବା ଏବଂ ସବୁ ପ୍ରକାରର ସୁବିଧା ଦିଆଯାଇଥିଲା  ସତ କିନ୍ତୁ ସେମାନଙ୍କ ଶୋଇବା କିମ୍ବା ବସିବାର କୌଣସି ବ୍ୟବସ୍ଥା କରାଯାଇନଥିଲା ।  ଏହାଛଡା ସେମାନଙ୍କ ଉପରେ ୨୪ ଘଂଟା ନଜର ରଖିବା ପାଇଁ ଏକ ମିରର ମଧ୍ୟ ଲଗାଯାଇଥିଲା । ଏବଂ କଏଦୀଙ୍କୁ ଯେଭଳି ନିଦ ନଲାଗିବ ସେଥିପାଇଁ  ଉକ୍ତ କୋଠରୀ ଭିତରେ ଏକ ଏକ୍ସପ୍ରିମେଂଟାଲ ଗ୍ୟାସ୍ ଅକ୍ସିଜେନ ସହିତ ମିଶାଇ ଧିରେ ଧିରେ ଛଡା ଯାଉଥିଲା । ତେବେ ଏହି ଗ୍ୟାସ ଏକ କେମିକାଲ ଷ୍ଟିମ୍ୟୁଲେଟ ଥିଲା ଯାହା କଏଦୀମାନଙ୍କୁ ଅନିଦ୍ରା ରଖିବାରେ ସାହାଯ୍ୟ କରୁଥିଲା ।

ପ୍ରଥମ ଚାରି ଦିନ ପର୍ଯ୍ୟନ୍ତ ତ କଏଦୀଙ୍କ ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନଥିଲା କିନ୍ତୁ ୫ ଦିନକୁ ଏମାନଙ୍କଠାରେ ଏକ ଅଜବ ଧରଣର ପରିବର୍ତ୍ତନ ଦେଖାଦେବା ଆରମ୍ଭ ହୋଇଯାଇଥିଲା ।  ୯ ଦିନ ବେଳକୁ ଏସେମାନଙ୍କ ମଧ୍ୟରୁ ଜଣେ କଏଦୀ ମାନସିକ ସନ୍ତୁଳନ ହରାଇ ବସିବା କାରଣରୁ ସେ ଚିକ୍ରାର କରିବା ଆରମ୍ଭ କରିଦେଇଥିଲା ଯାହା ଫଳରେ ତାଙ୍କର ଗଳା ଛିଡିଯାଇଥିଲା । ଧିରେ ଧିରେ ସମସ୍ତ କଏଦୀଙ୍କ ଅବସ୍ଥା ସମାନ ହୋଇଗଲା । ଯେଉଁ ଗ୍ୟାସ ସେମାନଙ୍କ ରୁମରେ ଛଡାଯାଉଥିଲା ତାର ପ୍ରଭାବ ସବୁ କଏଦୀଙ୍କ ଉପରେ ଦେଖିବାକୁ ମିଳିଥିଲା । କିଛି ଦିନ ଯାଏ  ସେହି ରୁମରୁ ଅଜବ ଅଜବ ଶଦ୍ଧ ଏବଂ ଚିକ୍ରାର ଆସୁବାକୁ ଲାଗିଲା ଯାହା ପରବର୍ତ୍ତୀ ସମୟରେ ପୂରା ପୁରି ବନ୍ଦ ହୋଇଯାଇଥିଲା । ଏହାପରେ ଗବେଷକମାନେ ସେମାନଙ୍କୁ ବାହାରକୁ ବାହାର କରିବା ପାଇଁ ଚାହିଁଥିଲେ କିନ୍ତୁ ସେମାନେ ମନା କରିଦେଇଥିଲେ । ହେଲେ ଗବେଷକଙ୍କ ମନ ବୁଝିନଥିଲା ତେଣୁ ସେ ଉକ୍ତ କୋଠରୀକୁ ଯିବାକୁ ନିଷ୍ପତି ନେଇଥିଲେ ।

ଆଉ ଯେତେବେଳେ ସେମାନେ କଏଦୀ ରହୁଥିବା ରୁମଟିକୁ ଖୋଲିଥିଲେ ସେତେବେଳର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟବିଦାରକ ଏବଂ ଲୋମହର୍ଷକ । କାହିଁକି ନା ୫ ଜମ କଏଦୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଆଉ ବାକି ୪ ଜଣ ଜାକ ଦେହରେ ଜୀବନ ଥିଲା ସତ ହେଲେ ମାଉସ ନଥିଲା । ଚଟଣାରେ ପଡିରହିଥିଲା ଖାଲି ରକ୍ତ ଆଉ ମାଂସ ଖଣ୍ଡ ଖଣ୍ଡ । ଯାହାକୁ ଏମାନେ ଖାଇ ଜୀବିତ ରହୁଥିଲେ । ଏମାନଙ୍କର ଏଭଳି ଅବସ୍ଥା ଦେଖି ସମସ୍ତଙ୍କର ହୋସ୍ ଉଡିଯାଇଥିଲା ଏବଂ ଏହି ଏକ୍ସପ୍ରିମେଂଟକୁ ବନ୍ଦ କରିବାକୁ ନିଷ୍ପତି ନେଇଥିଲେ ହେଲେ ସେମାନଙ୍କ କମାଣ୍ଡ ଏପରି କରିବାକୁ ମନା କରିଥିଲେ ଏବଂ ଏକ୍ସପ୍ରିମେଂଟ ଚାଲୁ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ପରିସ୍ଥିତି ଏଭଳି ହୋଇଥିଲା ଯେ ବାଧ୍ୟ ହୋଇ ସେମାନଙ୍କୁ ଗୁଳିକରି ହତ୍ୟା କରିବାକୁ ପଡିଥିଲା ।