କନକ ବ୍ୟୁରୋ : ୱାଗନର ଗ୍ରୁପର ବିଦ୍ରୋହ ପରେ ସଂକଟରେ ପଡିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ । ୱାଗନର ଗ୍ରପକୁ ସମାପ୍ତ କରିବାକୁ ପୁଟିନ ଋଷ ସେନାକୁ ଧମକ ଦେବା ପରେ ଏହାର ଜବାବ ରଖିଛନ୍ତି ୱାଗନର ଗ୍ରୁପର ମୁଖ୍ୟ । ସେ କହିଛନ୍ତି କି ଖୁବଶୀଘ୍ର ଋଷକୁ ନୂଆ ରାଷ୍ଟ୍ରପତି ମିଳିବାକୁ ଯାଉଛି । ଏହାସହ ବୋରେନେଘ ଓ ରେସ୍ତୋବାରେ ଋଷ ସେନା ୱାଗନର ଗ୍ରୁପ ପାଖରେ ଆତ୍ମ ସମର୍ପଣ କରିଥିବା କଥା ସେ ଦାବି କରିଛନ୍ତି । ବୋରେନେଘ ଓ ରେସ୍ତୋବା ସହର ଏବେ ୱାଗନର ଗ୍ରୁପର ନିୟନ୍ତ୍ରଣରେ ରହିଥିବା କଥା ମଧ୍ୟ ସେ ଦାବି କରିଛନ୍ତି ।

Advertisment

ସେପଟେ ଆମେରିକା କହିଛି କି ସେମାନେ ଋଷର ଘଟଣାକ୍ରମ ଉପରେ ନଜର ରଖିଛନ୍ତି । ଏ ସଂପର୍କରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନଙ୍କୁ ସୂଚନା ଦିଆଯାଇଛି । ଋଷର ଏହି ଘଟଣାକ୍ରମ ଉପରେ ସାରା ଦେଶ ନଜର ରଖିଛି । ଜର୍ମାନ ସରକାର କହିଛନ୍ତି ଏହି ଘଟଣା ଉପରେ ସେମାନେ ନଜର ରଖିଛନ୍ତି । ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି ।