ସାରା ବିଶ୍ୱକୁ ଗ୍ରାସ କରୁୁଛି ମାନ୍ଦାବସ୍ଥା । ମହାମାରୀ ପରେ ରୁଷ-ୟୁକ୍ରେନ ଯୁଦ୍ଧ ଆଣିଦେଲା ଆର୍ଥିକ ସଙ୍କଟ ।

226

କନକ ବ୍ୟୁରୋ: ସଙ୍କଟ ଆଣିଛି ଋଷ-ୟୁକ୍ରେନ ଯୁଦ୍ଧ । ଆଉ ଏହାରି ଭିତରେ ସାରା ଦୁନିଆକୁ ଏବେ ଘାରିଛି ଆର୍ଥିକ ମାନ୍ଦାବସ୍ଥାର ଭୟ । ଋଷ-ୟୁକ୍ରେନ ଯୁଦ୍ଧକୁ ଅଢେଇ ମାସରୁ ଅଧିକ ହେଲାଣି । କିନ୍ତୁ ଯୁଦ୍ଧ ଥମିବାର ନାଁ ନେଉନାହିଁ । ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଏବେ ଯୋଗାଣ ବ୍ୟାହତ ହୋଇଛି । ତୈଳ, ଖାଇବା ତେଲ, ଗ୍ୟାସ ଓ ଅନ୍ୟ ସାମଗ୍ରୀ ଯୋଗାଣ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । ତେଣୁ କୁହାଯାଉଛି ଆମେରିକା ସମେତ ସାରା ବିଶ୍ୱ ଏବେ ମାନ୍ଦାବସ୍ଥା ଆଡକୁ ଗତି କରୁଛି । ସାଧାରଣତଃ କୌଣସି ଦେଶର ଜିଡିପି କ୍ରମାଗତ ଭାବେ କମିଲେ ଏହାକୁ ଆର୍ଥିକ ମାନ୍ଦାବସ୍ଥା କୁହାଯାଇଥାଏ । ଏଥିପାଇଁ ୫ଟି କାରଣକୁ ମୁଖତଃ ଦାୟୀ ବୋଲି କୁହାଯାଉଛି । ୧୯୩୦ରେ ବିଶ୍ୱର ଭୟାବହ ମାନ୍ଦାବସ୍ଥା ଦେଖାଦେଇଥିଲା । ଏବେ ଆସନ୍ତୁ ଜାଣିବା ମାନ୍ଦାବସ୍ଥା ପଛରେ ପ୍ରମୁଖ ୫ଟି କାରଣ ।

କରୋନା ମହାମାରୀ

  • ୨୦୧୯ରେ କରୋନା ମହାମାରୀ ଆସିବା ପରେ ସାରା ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି ।
  • ଚୀନରେ ପୁଣି କରୋନା ଲହର ଆସିଛି ।
  • ସାଂଘାଇ ସମେତ କିଛି ସ୍ଥାନରେ ଲକଡାଉନ ହୋଇଛି
  • ଶିଳ୍ପସଂସ୍ଥା ବନ୍ଦ ହେବା ଫଳରେ ସପ୍ଲାଇ ଚେନ ବାଧାପ୍ରାପ୍ତ ହୋଇଛି

ଋଷ-ୟୁକ୍ରେନ ଯୁଦ୍ଧ

  • ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ଅତ୍ୟାବଶ୍ୟକ ସାମଗ୍ରୀର ସଙ୍କଟ ସୃଷ୍ଟି ହୋଇଛି ।
  • ଗହମ, ତୈଳ ଉତ୍ପାଦନ ଓ ଯୋଗାଣ ବାଧାପ୍ରାପ୍ତ ହୋଇଛି

ମହଙ୍ଗା ମାଡ

  • ଭାରତ ଭଳି ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢିଛି
  • ତୈଳ, ଖାଇବା ସାମଗ୍ରୀ, ଖାଇବା ତେଲ ଦର ଆକାଶଛୁଆଁ ହୋଇଛି
  • ଆମେରିକାରେ ମଧ୍ୟ ମୁଦ୍ରାସ୍ପୀତି ୮.୫ ପ୍ରତିଶତ ରହିଛି, ଯାହା ୪୧ ବର୍ଷରେ ସବୁଠାରୁ ଅଧିକ

ସୁଧହାର ବଢୁଛି

  • ମହଙ୍ଗା ମାଡ ଯୋଗୁଁ ବ୍ୟାଙ୍କଗୁଡିକ ସୁଧହାର ବଢାଇଚାଲିଛନ୍ତି
  • ରିଜର୍ଭ ବ୍ୟାଙ୍କ ବି ରେପୋ ରେଟ ବଢାଇଛି
  • ଆମେରିକାର ରିଜର୍ଭ ଫେଡରାଲ ବ୍ୟାଙ୍କ ବି ସୁଧହାର ବଢାଇଛି

ଅଶୋଧିତ ତୈଳ ଦର ବୃଦ୍ଧି

  • ବିଶ୍ୱରେ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି
  • ବ୍ୟାରେଲ ପିଚ୍ଛା ଏହା ଏକହଜାର ଡଲାର ଉପରେ ରହୁଛି
  • ଭାରତ ଭଳି ବିକାଶଶୀଳ ଦେଶ ଏହା ଦ୍ୱାରା ଅନେକ ପ୍ରଭାବିତ ହୋଇଛନ୍ତି