କନକ ବ୍ୟୁରୋ: ଏବେଯାଏଁ ଯୁଦ୍ଧକ୍ଷେତ୍ରରେ ଲଢୁଥିବା ଋଷ ଓ ୟୁକ୍ରେନ ଏବେ ଦୁନିଆର ସବୁଠୁ ବଡ ଅଦାଲତରେ ସାମ୍ନା ସାମ୍ନି ହେବେ । ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍ ଜଷ୍ଟିସ୍  ବା (ଆଇସିଜେ)ରେ ଋଷ ଓ ୟୁକ୍ରେନ ଯୁଦ୍ଧକୁ ନେଇ ମୁହାଁମୁହିଁ  ହୋଇଛନ୍ତି । ଆଜିଠାରୁ ଏହାର ଶୁଣାଣୀ ହେବାର ସୂଚନା ରହିଛି ।

Advertisment

ଏହି ମାମଲା ଆଇସିଜେକୁ ଆସିବା ସମୟରେ ଋଷ କହିଥିଲା ଯେ, ସେ ୟୁକ୍ରେନରେ ନରସଂହାରକୁ ରୋକିବାକୁ ଆକ୍ରମଣ କରିବାକୁ ବାଧ୍ୟ ହୋଇଥିଲା । କିନ୍ତୁ ଏହାକୁ ପ୍ରତ୍ୟାରୋପ କରିଥିଲା ୟୁକ୍ରେନ୍ । ନରସଂହାର ଆଳରେ ଋଷ ଯୁଦ୍ଧ ବିପତ୍ତିକୁ ନିମନ୍ତ୍ରଣ କରିଥିବାବେଳେ ନ୍ୟାୟିକ ବ୍ୟବସ୍ଥାକୁ ଭୁଆଁ ବୁଲାଉଥିବା କହିଥିଲେ ୟ୍ରୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ।

 କହିରଖୁଁ, ଗତ ବର୍ଷ ଫେବୃଆରୀ ୨୪ ତାରିଖରେ ଋଷ ‘ ବିଶେଷ ସୈନ୍ୟ ଅଭିଯାନ’ ଆରମ୍ଭ କରି  ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ଯାହାର ଆଜିଯାଏଁ କୌଣସି ସମାଧାନ ହୋଇନାହିଁ । ଏବେ ଦୁହେଁ ଆଇସିଜେରେ ପହଞ୍ଚିବା ପରେ ଯୁଦ୍ଧ ଉପରେ ରୋକ୍ ଲାଗିବ ନା ନାହିଁ ତା ଉପରେ ସମସ୍ତଙ୍କ ନଜର ।