ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପାହାଡ଼ ଫଟାଇ ପଥର ଲୁଟ୍ କରୁଛନ୍ତି ମାଫିଆ

ଭଂଜନଗରରେ ବେଆଇନ୍ ଭାବେ ଚାଲିଛି ଖଣି ଖାଦନ ଲୁଟ । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପାହାଡ଼ ଫଟାଇ ପଥର ଲୁଟ୍ କରୁଛନ୍ତି ମାଫିଆ

କନକ ବ୍ୟୁରୋ : ଭଂଜନଗର ଉପଖଣ୍ଡରେ ବେଧଡ଼କ ଭାବେ ଚାଲିଛି ଖଣି ଖାଦାନ ଲୁଟ୍ । ମାସିକିଆ ଚାନ୍ଦାରେ କାରବାର ଚାଲିଥିବା ଅଭିଯୋଗ ହୋଇଛି । ମାଇନିଂଗ ପ୍ଳାନ୍ ନଥାଇ ଜଙ୍ଗଲ ଭିତରେ ବେଆଇନ୍ ଭାବେ ପଥର ପୁଂଟା ଓ ପଥର ବିକା ହୋଉଥିବା ଅଭିଯୋଗ ପରେ କମ୍ପ୍ରେସରକୁ ସିଜ୍ କରିଛି ଭଂଜନଗର ପୋଲିସ । ହେଲେ ପଥର ବିକ୍ରି ଉପରେ ଲାଗିପାରୁନି ରୋକ୍ ।

ବିନା ମାଇନଂଗ ପ୍ଳାନ୍ ଆପୃଭରେ ପଥର ମାଫିଆମାନେ ପଥର ପୁଂଟାଇ ଶହ ଶହ ଗାଡ଼ି ପଥର ଉଠାଉଥିବା ଅଭିଯାଗ ହୋଇଛି । ବଡ଼ ବଡ଼ ହିଟାଚି ଓ କମ୍ପ୍ରେସର ଲଗାଇ ପଥର ପୁଂଟାଇ ପଥର ଲୁଟ ହେଉଛି । ଏପରିକି ଗାଡ଼ି ନମ୍ବର ନଥାଇ ଗାଡ଼ି ବ୍ୟବହାର କରି ପଥର ପୁଂଟା ଯାଉଛି ।

କେବଳ ପଥର ନୁହେଁ ବାଲି, ମୋରମ ଓ ଅନ୍ୟ ଖଣିଜ ସମ୍ପତି ବେଧଡ଼କ ଭାବେ ଏଠି ଲୁଟ୍ ହେଉଥିବା ଅଭିଯୋଗ ହୋଇଛି । ତେଣୁ ତୁରନ୍ତ ରାଜ୍ୟ ଖଣି ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଏହାକୁ ରୋକିବାକୁ ସାଧାରଣରେ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe