ଆଜି ରୁକ୍ମଣୀ ହରଣ ଏକାଦଶୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି

185

କନକ ବ୍ୟୁରୋ : ଆଜି ରୁକ୍ମଣୀ ହରଣ ଏକାଦଶୀ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ନୀତି । ମହାପ୍ରଭୁ ଆଜି ଶିଶୁପାଳକୁ ହରାଇ ରୁକ୍ମଣୀଙ୍କୁ ହରଣ କରିବେ । ସକାଳ ଧୂପ ପରେ ଏହି ନୀତି ଆରମ୍ଭ ହେବ । ଶ୍ରୀମନ୍ଦିରରେ ଏନେଇ ୪୪ଟି ନୀତି ରହିଛି । ରାତିରେ ବିବାହ ଉତ୍ସବ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇ ଭିତରେ ଚନ୍ଦନ ଯାତ୍ରା ଅବସରରେ ଜଳକ୍ରୀଡା ବିଧି ମଧ୍ୟ ଅନୁଷ୍ଠିତ ମଧ୍ୟ କରାଯିବ । ଆସନ୍ତାକାଲି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ରହିଚି । ପାଲିଙ୍କିରେ ମଦନ ମୋହନ ଓ ଭୂଦେବୀ ନଗର ପରିକ୍ରମା କରିବେ । ହେଲେ କରୋନା ଗାଇଡଲାଇନକୁ ନେଇ ସମସ୍ତ ନୀତି କରାଯିବ ।