କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ବିହାରରେ ରାମନବମୀଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନି । ବିହାରର ନାଳନ୍ଦା ସମେତ ଅନ୍ୟ କିଛି ସ୍ଥାନରେ ଏବେବି ଧୂଆଁ ଉଠୁଥିବା ଦେଖିବାକୁ ମିଳିଥିବାବେଳେ ଆଜି ଭୋରୁ ବିସ୍ଫୋରଣ ହୋଇଛି । ସାସାରାମର ଏକ ଧାର୍ମିକସ୍ଥଳରେ ବିସ୍ଫୋରଣ ହୋଇଛି । ଏଥିରେ ଜଣେ ବିଜେପି ବିଧାୟକଙ୍କ ସମେତ ଏକାଧିକ ନାଗରିକ ଆହତ ହୋଇଥିବା ଜଣାପଡିଛି ।

Advertisment

ହିଂସା ପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଉଚ୍ଚସ୍ତରୀୟ ବୈଠକ ଡାକି ଆଲୋଚନା କରିଛନ୍ତି । କହିଛନ୍ତି ‘ଉପଦ୍ରବକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଉପରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଅଯଥା ହିଂସା ସୃଷ୍ଟିକାରୀ ଲୋକଙ୍କ ଉପରେ କଡା ନଜର ରଖାଯାଉ’ ।ହିଂସାକୁ ନିୟନ୍ତ୍ରଣ କରିବାକୁ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଇଣ୍ଟରନେଟ୍ ସେବାକୁ ଏପ୍ରିଲ ୪ ତାରିଖ ଯାଏଁ ବନ୍ଦ ରଖାଯାଇଛି । କହିରଖୁଁ , ଏଯାଏଁ ବିହାରର ବିଭିନ୍ନ ସ୍ଥାନରୁ ୧୦୯ଜଣଙ୍କୁ ଗିରଫ କରାଯାଇଥିଲେ ବି ହିଂସା ଥମିବାର ନାଁ ନେଉନି । ଏହାସହ ପଶ୍ଚିମବଙ୍ଗରେ ମଧ୍ୟ ହିଂସା ବାରମ୍ବାର ସୃଷ୍ଟି ହେଉଥିବାରୁ ଏଠିକାର ବାସିନ୍ଦା ନିଜକୁ ସୁରକ୍ଷିତ ନମଣି ପଳାୟନ କରୁଥିବା ଦେଖିବାକୁ ମିଳୁଛି ।