କନକ ବ୍ୟୁରୋ : ସମ୍ବାଦ ଗ୍ରୁପ୍ ପକ୍ଷରୁ ଆୟୋଜିତ ବ୍ୟାଡମିଣ୍ଟନ ପ୍ରତିଯୋଗିତା ‘ଲେଟସ ସଟଲ ୨.୦’ ମଞ୍ଚରେ ରୁଚି ଫୁଡଲାଇନର ନୂଆ ଉତ୍ପାଦ ହଳଦୀ କ୍ୟାପସୁଲ ‘ହେଲୋ ଆୟୁର୍ବେଦ’କୁ ଉନ୍ମୋଚନ କରାଯାଇଛି । ଏହି ଅବସରରେ ରୁଚି ପରିବାରର ମୁଖ୍ୟ ଶରତ କୁମାର ସାହୁ କହିଛନ୍ତି ଯେ, କରୋନା ସମୟରୁ ଆମେ ରୋଗ ପ୍ରତିରୋଧକ ଶକ୍ତି ନେଇ ଅଧିକ ସଚେତନ ହୋଇଛୁ । ସେଥିପାଇଁ ହେଲୋ ଆୟୁର୍ବେଦକୁ ଉନ୍ମୋଚନ କରାଯାଇଛି ।ହଳଦୀରେ କୁରକୁମିନ ନାମକ ଏକ ବହୁ ଉପକାରୀ ଉପାଦାନ ରହିଛି ଯାହା ବିଭିନ୍ନ ଜଟିଳ ରୋଗ ଭଲ କରିବାରେ ସହାୟକ ହୋଇଥାଏ ।
ରୁଚି ସର୍ବଦା ଗ୍ରାହକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇଆସିଛି ବୋଲି ରୁଚି ଫ୍ରୋଜିଟର ନିର୍ଦ୍ଦେଶିକା ରଶ୍ମି ସାହୁ କହିଛନ୍ତି । ଏହି ଅବସରରେ କମ୍ପାନିର କ୍ୱାଲିଟି କଣ୍ଟ୍ରୋଲ ଅଧିକାରୀ ଅଶୋକ ନାୟକ ଓ ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ ଉପସ୍ଥିତ ଥିଲେ । ଏହି କ୍ୟାପସୁଲକୁ ଅନଲାଇନରେ ଓ ରୁଚି ଷ୍ଟୋରରୁ କିଣିହେବ । ଏହି ଖେଳାଳୀମାନଙ୍କ ପାଇଁ ବେଶ ଉପଯୋଗୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/vlcsnap-2023-12-13-12h28m26s405.jpg)