ପୁରୀଘାଟ ଓ ରାମଦାସପୁରରେ ଖୋଲିଲା ରୁଚି-ଫ୍ରୋଜିଟର ନୂଆ ଫୁଡ୍ ଆଉଟଲେଟ୍

106

କନକ ବ୍ୟୁରୋ: କଟକ ସ୍ଥିତ ପୁରୀଘାଟ ଓ ରାମଦାସପୁରରେ ପୂର୍ବ ଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ତଥା ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ରୁଚିଦ୍ୱାରା ପରିଚାଳିତ ଫ୍ରୋଜିଟର ୨ଟି ନୂଆ ଫୁଡ୍ ଆଉଟଲେଟର ଶୁଭଘାଟନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ନୂଆ ଫୁଡ୍ ଆଉଟଲେଟଦ୍ୱୟକୁ ଉଦଘାଟନ କରିଥିଲେ ଓଲିଉଡର ଚର୍ଚ୍ଚିତ ନାୟିକା ଭୂମିକା । ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ରୁଚି ଫୁଡଲାଇନର ପରିଚାଳନା ନିର୍ଦ୍ଦେଶକ ଡ଼ ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ରଶ୍ମି ସାହୁ ଓ ସଲିନା ସାହୁ ।

ଓଡ଼ିଶାର ପ୍ରଥମ ଫ୍ରୋଜନ ଫୁଡ଼୍ ଉଦ୍ୟୋଗ ଫ୍ରୋଜିଟର ଏହା ୧୧ତମ ଏବଂ ୧୨ତମ ଆଉଟଲେଟ୍ । ଫ୍ରୋଜିଟ୍ ଦୀର୍ଘ ୧୦ବର୍ଷ ଧରି ଓଡ଼ିଶାର ଖାଉଟିମାନଙ୍କୁ ଫ୍ରୋଜନ୍-ରେଡ଼ି-ଟୁ-ଇଟ୍, ରେଡ଼ି-ଟୁ-କୁକ୍, ବେକରୀ, ପ୍ରିମିୟମ୍ ଓ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ତଥା ମୃଦୁ ପାନୀୟ ଯୋଗାଇ ଆସିବା ସହ ଓଡ଼ିଶାର ପାରମ୍ପରିକ ଖାଦ୍ୟ ପୋଡ଼ପିଠା ଓ ଖୀରୀ ଆଦିକୁ ସ୍ୱତନ୍ତ୍ର ଶୈଳୀରେ ପରିବେଷଣ କରିପାରୁଛି ବୋଲି ପ୍ରକାଶ ପରିଥିଲେ ରୁଚି ଫୁଡଲାଇନର ନିର୍ଦ୍ଦେଶିକା ତଥା ଫ୍ରୋଜିଟର ପ୍ରତିଷ୍ଠାତ୍ରୀ ରଶ୍ମି ସାହୁ ।

ପୁରୀଘାଟ ଆଉଟଲେଟଟିକୁ ଯୁବ ବ୍ୟବସାୟୀ ବିଶ୍ୱରଞ୍ଜନ ଘଡ଼ାଇ ଫ୍ରାଞ୍ଚଇଜ୍ ଭାବେ ନେଇଥିବାବେଳେ ରାମଦାସପୁର ଆଉଟଲେଟ୍କୁ ଅଭିନାଶ ପ୍ରସାଦ ଫ୍ରାଞ୍ଚାଇଜ୍ ଭାବେ ନେଇଛନ୍ତି । ଉଭୟ ଆଉଟଲେଟରେ ସ୍ପ୍ରିଙ୍ଗ୍ ରୋଲ୍, ପାସ୍ତା, ମଟନ-ଘିଅ ରୋଷ୍ଟ, ଚିକେନ୍ ଲଲିପପ୍, ବିରିୟାନୀ, ଲଚ୍ଛା ପରଟା, ସାଣ୍ଡୱିଚ୍, ପେଟିସ୍, କେକ୍, କୁକିଜ୍ ଆଦି ବିଭିନ୍ନ ଯୁବପୀଢୀଙ୍କ ପସନ୍ଦର ଗୁଣାତ୍ମକ ଖାଦ୍ୟ ବିକ୍ରୟ ପାଇଁ ରହିଥିବା ବେଳେ ରୁଚି ଓ ଫ୍ରୋଜିଟ୍ ଦ୍ୱାରା ପ୍ରସ୍ତୁତ ଅନେକ ଖାଦ୍ୟଦ୍ରବ୍ୟ ମଧ୍ୟ ଉପଲବ୍ଧ ।

ସେହିପରି ଫାର୍ମବି ଦ୍ୱାରା ପ୍ରସ୍ତୁତ ଓଟସ୍, ଚକୋଚିପସ୍, ମ୍ୟୁସେଲି, କର୍ଣ୍ଣଫେଲ୍କସ୍ ଦ୍ରବ୍ୟ ମଧ୍ୟ ଆଦି ଏହିପରି ଉପଲବ୍ଧ । ଉଦଘାଟନୀ ଅଫର ଭାବେ ୬ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଦ୍ରବ୍ୟ ଉପରେ ୨୦% ରିହାତି ପ୍ରଦାନ କିରାଯିବ ବୋଲି ଆଉଟଲେଟ୍ ମୁଖ୍ୟ ଅଭିନାଶ ସିଂହ ପ୍ରକାଶ ପରିଛନ୍ତି । ଆଜିର ଏହି ଆଉଟଲେଟ୍ ଉଦଘାଟନୀ କାର୍ଯ୍ୟକ୍ରମରେ ଫ୍ରୋଜିଟ ପକ୍ଷରୁ ଶିଳ୍ପା ଦାସ, ଆଦ୍ୟାଶା ପଟ୍ଟନାୟକ, ଶ୍ରୀକାନ୍ତ ମହାପାତ୍ର, ଦେବସ୍ମିତା ମିଶ୍ର, ସାଗନିକା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିବାବେଳେ ଉଦଘାଟନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ହ୍ୱାଇଟ୍ କାନଭାସ୍ର ସମସ୍ତ କର୍ମକର୍ତ୍ତାମାନେ ।