ଆଗଧାଡ଼ିର କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି : ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ରାଜ୍ୟ ସରକାର

320

କନକ ବ୍ୟୁରୋ : କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ଆଗଧାଡିର କରୋନା ଯୋଦ୍ଧାଙ୍କ ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ଯେଉଁ ୫୦ଲକ୍ଷ ଟଙ୍କା ଦିଆଯାଉଥିଲା ତାକୁ ପୁଣିଥରେ ଦେବା ପାଇଁ କହିଛନ୍ତି ରାଜ୍ୟ ସରକାର । ଅର୍ଥାତ ଏବେ ଯଦି କୌଣସି ଆଗଧାଡିର କରୋନା ଯୋଦ୍ଧା ପ୍ରାଣ ହରାଉଛନ୍ତି ତେବେ ସେମାନଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା ଦିଆଯିବ । ପ୍ରଥମ ଲହର ସମୟରେ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ପରେ ୫୦ଲକ୍ଷ ଟଙ୍କା ଦେଉଥିଲେ ସରକାର । ମଝିରେ ଏହି ବ୍ୟବସ୍ଥାକୁ ବନ୍ଦ କରିଦେଇଥିଲେ କେନ୍ଦ୍ର ସରକାର । ବର୍ତମାନ ସଂକ୍ରମଣର ହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ଏହି ନିଷ୍ପତି ନେଇଛନ୍ତି ।