ଏସବିଆଇ ଗ୍ରାହକଙ୍କ ପାଇଁ ଝଟକା । ଟଙ୍କା ଉଠାଣକୁ ନେଇ ଆଜିଠୁ ଲାଗୁ ହେଲା ନୂଆ କଟକଣା । ଜାଣନ୍ତୁ ଦିନକୁ କେତେ ଟଙ୍କା ଉଠାଇପାରିବେ ଆପଣ

ଠକେଇ ରୋକିବା ଉଦ୍ଦେଶ୍ୟରେ କ୍ଲାସିକ ଓ ମେଟ୍ରୋ ଡେବିଟ୍ କାର୍ଡ ଉପରେ କଟକଣା

358

କନକ ବ୍ୟୁରୋ: ଆଜିଠୁ ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ନୂଆ ନିୟମ ଅନୁଯାୟୀ ଏଣିକି ପ୍ରତିଦିନ ଜଣେ ଏସବିଆଇ ଗ୍ରାହକ ଦିନକୁ ଡେବିଟ କାର୍ଡ ଜରିଆରେ କେବଳ ୨୦ହଜାର ଟଙ୍କା ହିଁ ଉଠାଇ ପାରିବେ । ଏସବିଆଇର କ୍ଲାସିକ ଓ ମେଟ୍ରୋ ଡେବିଟ କାର୍ଡ ଧାରକମାନେ ଆଜିଠୁ କେବଳ ଏଟିଏମରୁ ଦିନକୁ ୨୦ ହଜାର ଟଙ୍କା ହିଁ ଉଠାଇପାରିବେ ।

ପୂର୍ବରୁ ଗ୍ରାହକମାନେ ଦିନକୁ ୪୦ହଜାର ଟଙ୍କା ଉଠାଣର ସୁବିଧା ପାଉଥିଲେ । ଏବେ ଡେବିଟ୍ କାର୍ଡ ଜରିଆରେ ଚଙ୍କା ଉଠାଣ ନେଇ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଏସବିଆଇ ଗୋଲ୍ଡ କାର୍ଡରୁ ପ୍ରତିଦିନ ୫୦ହଜାର ଟଙ୍କା ଉଠାଣ ବ୍ୟବସ୍ଥା ରହିଥିବା ବେଳେ ପ୍ଲାଟିନମ କାର୍ଡ ଜରିଆରେ ଏକ ଲକ୍ଷ ଟଙ୍କା ଉଠାଇବାର ବ୍ୟବସ୍ଥା ରହିଛି ।

ଏସବିଆଇ ଶାଖାଗୁଡିକୁ ପଠାଯାଇଥିବା ନିର୍ଦ୍ଦେଶାବଳୀ ଅନୁସାରେ, ଏଟିଏମ ଟ୍ରାନଜାକ୍ସନକୁ ନେଇ ଘଟୁଥିବା ବିଭିନ୍ନ ମାମଲାକୁ ଭିର୍ତ୍ତି କରି ଏବଂ ଡିଜିଟାଲ-କ୍ୟାସଲେସ ଟ୍ରାନଜାକ୍ସନକୁ ପ୍ରାଥମିକତା ଦେବା ଉଦ୍ଦେଶ୍ୟରେ କ୍ୟାସ ଉଠାଇବାର ସୀମାକୁ ହ୍ରାସ କରିବାକୁ ବ୍ୟାଙ୍କରୁ ନିଷ୍ପତି ନିଆଯାଇଛି । ଉଭୟ କ୍ଲାସିକ୍ ଏବଂ ମେଟ୍ରୋ ପ୍ଲାର୍ଟଫର୍ମରେ ଜାରି କରାଯାଇଥିବା ଡେବିଟ କାର୍ଡରୁ ବି ଟଙ୍କା ଉଠାଣ ସୀମାକୁ ହ୍ରାସ କରାଯାଇଛି । ତେବେ ବ୍ୟାଙ୍କର ଏହି ନିଷ୍ପତି ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ଲାଗୁ କରିଦିଆଯିବ ।

ସରକାର ଡିଜିଟାଲ ଟ୍ରାନଜାକ୍ସନ ଉପରେ ଅଧିକ ଗୁରୁତ୍ୱ ଦେବା ସତ୍ୱେ ବି କ୍ୟାସ ଉଠାଣକୁ ନେଇ ନିୟମ କଡାକଡି କରିଛନ୍ତି । ଆକଳନ ଅନୁସାରେ, ବଜାରରେ କ୍ୟାସ୍ ଫ୍ଲୋ ନୋଟବନ୍ଦୀ ଦ୍ୱାରା ପୂର୍ବ ସ୍ତରରେ ପହଂଚିଯାଇଛି । ସେହିପରି ଗତ କିଛି ବର୍ଷରୁ କିଛି ଏଭଳି ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ କାର୍ଡର କ୍ଲୋନ ବାଲା ଟାଉଟର ବ୍ୟାଙ୍କ ଗ୍ରାହକଙ୍କ ଡେବିଟ୍ କାର୍ଡର ପିନ ଚୋରିରେ ଲଗାଯାଇଥିବା କ୍ୟାମେରା ଏବଂ ଇଲେକ୍ଟ୍ରୋନିକ ଡିଭାଇସରୁ ଜାଣିନେଉଥିଲେ ।