କନକ ବ୍ୟୁରୋ : ଇଲେକ୍ଟ୍ରିକ କଟରରେ କାନ୍ଥ ଓ କବାଟ କାଟିଲେ ଆଉ ଗହଣା ଦୋକାନରୁ କୋଟିଏ କି ଦୁଇ କୋଟି ନୁହେଁ ପୂରା ୨୫କୋଟି ଟଙ୍କାର ଅଳଙ୍କାର ଲୁଟି ନେଲେ ଚୋର । ଘଟଣା ଦିଲ୍ଲୀ ଜଙ୍ଗପୁରାର । ଏଠାରେ ଥିବା ଏକ ଗହଣା ଦୋକାନରେ କଳାକନା ବୁଲାଇ ଫେରାର ହୋଇଛନ୍ତି ଚୋର । କୋଠାର ଛାତ କବାଟ ଭାଙ୍ଗି ଚୋରମାନେ ପଶିଥିବା ସୂଚନା ମିଳିଛି । ପରେ କଟରରେ କାନ୍ଥ ଓ କବାଟ କାଟି ଚୋରି କରିଥିଲେ । ଘଟଣାସ୍ଥଳରେ ପୁଲିସ ଟିମ ପହଁଚି ଛାନଭିନ କରୁଛି ଓ ଫୋରେନସିକ ଟିମ ମଧ୍ୟ ତଦନ୍ତ କରୁଛି । ଅନ୍ୟପଟେ ଲୁଟ ସମୟର ସିସିଟିଭି ମିଳିଛି ଓ ଏହା ଅଧାରରେ ତଦନ୍ତ କରାଯାଉଥିବା କହିଛି ଦିଲ୍ଲୀ ପୁଲିସ । ଉମରାଓ ସିଂ ଜୁଏଲରୀ ମାଲିକ ସଂଜୀବ ଜୈନ କହିଛନ୍ତି ରବିବାର ରାତିରେ ସବୁ କାମ ସାରି ଦୋକାନ ବନ୍ଦ କରାଯାଇଥିଲା । ମଙ୍ଗଳବାର ଦୋକାନ ସମ୍ପୂର୍ଣ୍ଣଭାବେ ଖାଲି ହୋଇଥିବା ସେ ଦେଖିବାକୁ ମିଳିଥିଲା । ୨୫କୋଟି ଟଙ୍କାର ଅଳଙ୍କାର ସହ ୬ଲକ୍ଷ ଟଙ୍କା ନଗଦ ଟଙ୍କା ନେଇ ଫେରାର ଅଛନ୍ତି ଚୋର ।