ଟ୍ରେନ ଦୁର୍ଘଟଣା ନେଇ ରେଲୱେ ବୋର୍ଡର ପ୍ରେସମିଟ୍: ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା

908

କନକ ବ୍ୟୁରୋ: କରମଣ୍ଡଳ ଟ୍ରେନ ଦୁର୍ଘଟଣା ନେଇ ପ୍ରେସମିଟ୍ କରିଛନ୍ତି ରେଲୱେ ବୋର୍ଡ । ଦୁର୍ଘଟଣାର କାରଣ ଦର୍ଶାଇଛନ୍ତି ବୋର୍ଡ ସଦସ୍ୟା ଜୟା ବର୍ମାସିହ୍ନା ।

ସୂଚନା ମୁତାବକ, କରମଣ୍ଡଳ ଏକ୍ସପ୍ରେସ୍ ମାଲବାହୀ ସହ ଧକ୍କା ହୋଇଥିଲା । ଲୁପ୍ ଲାଇନରେ ୨ଟି ମାଲବାହୀ ଗାଡି ଛିଡା ହୋଇଥିଲା । କରମଣ୍ଡଳ ବଗି ଅନ୍ୟ ଟ୍ରାକରେ ଯାଇ ପଡିଥିଲା । ୧୨୮ କିଲୋମିଟର ବେଗରେ ଯାଉଥିଲା କରମଣ୍ଡଳ । ଦୁଇଟିଯାକ ଟ୍ରେନ ପାଇଁ ଗ୍ରୀନ ସିଗନାଲ ଥିଲା । ଅନ୍ୟପଟେ ୧୨୬ କିଲୋମିଟର ବେଗରେ ଯାଉଥିବା ଯଶୱନ୍ତପର ଏକ୍ସପ୍ରେସ୍ କରମଣ୍ଡଳର ବିକ୍ଷିପ୍ତ ବଗି ସହ ବାଡେଇ ହୋଇ ଲାଇନଚ୍ୟୁତ ହୋଇଥିଲା । ଫଳରେ ଯଶୱନ୍ତପୁରୀ ଏକ୍ସପ୍ରେସର ୨ଟି ବଗି ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଇଥିଲା । ୨୦ ମିନିଟ ଭିତରେ ପହଞ୍ଚିଥିଳେ ଉଦ୍ଧାରକାରୀ ଦଳ । ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୁରଣ ଘୋଷଣା କରିଛି ରେଲୱେ ବୋର୍ଡ ।