ଆଜି ରାଉରକେଲାରେ ବିଜେପିର ବିକାଶ ପର୍ବ

26

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍ : ମୋଦି ସରକାରଙ୍କ ଦୁଇବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ ପାଳିତ ହେଉଛି ବିକାଶ ପର୍ବ । ଏହି କ୍ରମରେ ରାଉରକେଲାର ଭଞ୍ଜଭବନ ପଡ଼ିଆରେ ବିକାଶ ପର୍ବର ଆୟୋଜନ କରାଯାଇଛି । ଆଜି ସଂଧ୍ୟା ୬ଟାରେ ଏହି କାର୍ଯ୍ୟକ୍ରମ କରାଯିବ । ଏଥିରେ ୩ ଜଣ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ । ମନ୍ତ୍ରୀମାନେ ବିଭିନ୍ନ ପ୍ରସଙ୍ଗରେ ରାଉରକେଲା ହାଉସରେ ଆରଏସପିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡିଛି । ଗଲା କିଛି ଦିନ ହେବ ରାଉରକେଲାରେ ରହି ଏହି ବିକାଶ ପର୍ବ ପ୍ରସ୍ତୁତି ତଦାରଖ କରୁଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ । ତେବେ ଏହି ଉତ୍ସବରେ ୩ ହଜାର ଲୋକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି ।