ରାଉରକେଲାର ଓଜସ୍ ନ୍ୟୁଜିଲାଣ୍ଡରେ ସମ୍ମାନିତ! ଜଣେ ସଫଳ ଓଡିଆଙ୍କ କାହାଣୀ

39

ପୁଣି ଓଡିଶା ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଛନ୍ତି ଆଉ ଜଣେ ଓଡିଆ । ରାଉରକେଲାର ଯୁବ ଉଦ୍ୟୋଗପତି  ଓଜସ୍ ମହାପାତ୍ରଙ୍କୁ ସମ୍ମାନଜନକ ବିଜନେସ୍ ସ୍କଲାରସିପ୍ ଆୱାର୍ଡରେ ସମ୍ମାନିତ କରିଛି ନ୍ୟୁଜିଲାଣ୍ଡ । ଓଜସଙ୍କୁ ଏହି ଆୱାର୍ଡ ଦେଇଛନ୍ତି ନିଜେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ସିମୋନ୍ ୱିଲିୟମ୍ ବିଲ୍ । ତେବେ ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଆୱାର୍ଡ ପାଇବାରେ ଓଜସ୍ ନା କେବଳ ପ୍ରଥମ ଓଡିଆ ବରଂ ପ୍ରଥମ ଭାରତୀୟ ମଧ୍ୟ ।

ଫିଜିକ୍ସରେ ପିଏଚଡି ଶେଷ କରିବା ପରେ ଓଜସ୍ ମାତ୍ର ୨୯ ବର୍ଷ ବୟସରେ ଏବେ ଫୋଟୋନିକ୍ ଇନୋଭେସନ ଲିମିଟେଡରେ ସିଇଓ ଅଛନ୍ତି । ଖାଲି ଏତିକି ନୁହେଁ, ୨୦୧୬ରେ ନ୍ୟୁଜିଲାଣ୍ଡ ଅଫ୍ ଦ ଇୟର ଆୱାର୍ଡର ତୃତୀୟ ସ୍ଥାନରେ ଥିଲା ଓଜସଙ୍କ ଫଟୋନିକ୍ ଇନୋଭେସନ୍ । ନ୍ୟୁଜିଲାଣ୍ଡରରେ ଦିଆଯାଉଥିବା ବିଜନେସ୍ ସ୍କଲାରସିପ୍ ଆୱାର୍ଡର ଲକ୍ଷ୍ୟ ହେଲା, ବ୍ୟବସାୟିକ କ୍ଷମତାକୁ ବଢ଼ାଇବା ସହ ନ୍ୟୁଜିଲାଣ୍ଡର ଯୁବ ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା । ସରକାର, ଉତ୍ପାଦନ କ୍ଷମତାକୁ ବଢ଼ାଇବା ଓ ନ୍ୟୁଜିଲାଣ୍ଡ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ଏପରି ଅଭିନବ ଉପାୟରେ ଚେଷ୍ଟା ଜାରି ରଖିଛନ୍ତିା

ଏହି ପ୍ରତିଯୋଗିତାରେ ସଫଳ ଆବେଦକଙ୍କୁ ନିଜର ଅନ୍ତରାଷ୍ଟ୍ରୀୟ ସୁଯୋଗକୁ ବଢ଼ାଇବା ଏବଂ ନ୍ୟୁଜିଲାଣ୍ଡ ବ୍ୟବସାୟକୁ ବିକଶିତ କରିବା ପାଇଁ ସୁଯୋଗ ପ୍ରଦାନ କରାଯାଉଛି । ଓଜସଙ୍କ ବ୍ୟତୀତ ଆଉ ୧୩ ଜଣ ଯୁବ ଉଦ୍ୟୋଗୀଙ୍କୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏବେ ଓଜସ୍, କମ୍ପାନୀର ବିସ୍ତାର କ୍ଷେତ୍ରରେ ମନପ୍ରାଣ ଦେଇ କାମ କରୁଛନ୍ତି । କିନ୍ତୁ ଏଥିରେ ଗୋଟିଏ କଥା ନିଶ୍ଚିତ ଯେ ରାଉରକେଲାରେ କେବଳ ବିଶ୍ୱସନୀୟ ଷ୍ଟିଲ ନିର୍ମାଣ ହେଉନି, ଏଠାରେ ବିଶ୍ୱସ୍ତରୀୟ ତଥା ଅନ୍ତଃରାଷ୍ଟ୍ରୀୟ ପ୍ରତିଭା ମଧ୍ୟ ତିଆରି ହେଉଛନ୍ତି । ଓଜସ୍ ଏହା ପୂର୍ବରୁ ଭାରତର ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କାଲାମଙ୍କ ଠାରୁ ମଧ୍ୟ ପୁରସ୍କୃତ ହୋଇ ସାରିଛନ୍ତି ।